ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଚ୍ ରାସ୍ତାରେ 17 ବର୍ଷୀୟ ନାବାଳିକାଙ୍କ ଗଳାକାଟି ହତ୍ୟା କରାଯାଇଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ି ଛଟପଟ ହୋଇ ନାବାଳିକା ଜଣକ ପ୍ରାଣ ତ୍ୟାଗ କରିଛନ୍ତି।
ପୁଲିସ ସୂତ୍ର ମୁତାବକ, ଅଭିଯୁକ୍ତ ଅନିଲ ନାବାଳିକାଙ୍କୁ ପ୍ରେମ କରୁଥିଲେ। ହେଲେ ନାବାଳିକା ତାଙ୍କ ପ୍ରେମ ନିବେଦନ ସ୍ୱୀକାର ନ କରିବାରୁ ସେ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ। ଆଉ ଏହି କାରଣରୁ ସେ ନାବାଳିକାଙ୍କୁ ସେ ନିର୍ମମ ଭାବେ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।
ବିଶାଖାପାଟଣା ସହରର ସୂର୍ଯ୍ୟୋଦୟ କଲୋନୀର ସାଇବାବା ମନ୍ଦିର ନିକଟରେ 17 ବର୍ଷୀୟା ନାବାଳିକା ଭରାଲକ୍ଷ୍ମୀଙ୍କୁ ବିଚ୍ ରାସ୍ତାରେ ତଣ୍ଟି କାଟି ହତ୍ୟା କରାଯାଇଛି। ପ୍ରଥମେ ଭରାଲକ୍ଷ୍ମୀ ଏବଂ ଅନିଲଙ୍କ ମଧ୍ୟ ଖୁବ୍ ବଚସା ହୋଇଥିଲା। ପରେ ଅନିଲ କ୍ରୋଧିତ ହୋଇ କୌଣସି ଧାରୁଆ ଅସ୍ତ୍ରରେ ନାବାଳିକାଙ୍କ ତଣ୍ଟି କାଟିଦେଇଥିଲେ। ପୁଲିସର କହିବା ହେଲା, ପୀଡ଼ିତା ଜଣକ ଘଟଣାସ୍ଥଳରେ ଟଳିପଡ଼ିଥିଲେ ଏବଂ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କିଛି କ୍ଷଣ ମଧ୍ୟରେ ସେ ପ୍ରାଣ ହରାଇଥିଲେ। ଅନ୍ୟପଟେ ପୁଲିସ ଅଭିଯୁକ୍ତ ଅନିଲକୁ ଗିରଫ କରିଛି।
ସୂଚନା ଥାଉ କି, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରୁ ଏଭଳି ଘଟଣାମାନ ଲଗାତର ସାମ୍ନାକୁ ଆସୁଛି। ଗତ ମାସ ତେଲେଙ୍ଗାନାରେ ଜଣେ ଯୁବକ ନିଜର 13 ବର୍ଷୀୟା ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ସେହିପରି ଗତ ବର୍ଷ ଡିସେମ୍ବରରେ ତେଲେଙ୍ଗାନାରେ ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିବା ପରେ ଜିଅନ୍ତା ଜାଳି ଦିଆଯିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ପରେ ତେଲେଙ୍ଗାନା ପୁଲିସ ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରିଥିଲା।
The post ବିଚ୍ ରାସ୍ତାରେ ନାବାଳିକାଙ୍କ ଗଳା କାଟି ମାରିଦେଲା ଏକତରଫା ପ୍ରେମିକ appeared first on Odisha Reporter.
from Odisha Reporter https://ift.tt/2JhMaJA
No comments:
Post a Comment