ଆଖି ବୁଜିଲେ ୨ ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 30, 2020

ଆଖି ବୁଜିଲେ ୨ ହାତୀ

ସମ୍ବଲପୁର/ଆସିକା(ଓଡ଼ିଶା ରିପୋର୍ଟର): ରାଜ୍ୟର ୨ଟି ସ୍ଥାନରେ ଆଖି ବୁଜିଛନ୍ତି ୨ ହାତୀ। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସମ୍ବଲପୁର ଯଦୁ ଲୋଇସିଂହା  ଏକ ଦନ୍ତା ପ୍ରାଣ ହରାଇଥିବା ବେଳେ ଗଞ୍ଜାମର ଆସିକାରେ କାଦୁଅରେ ଫସି ଏକ ୩ ମାସ ହାତୀ ଛୁଆର ମୃତ୍ୟୁ ହୋଇଛି।

ସମ୍ବଲପୁର ଯଦୁ ଲୋଇସିଂହା ଅଞ୍ଚଳରେ ବିଲ ଭିତରେ ୧୨ ବର୍ଷ ବୟସ୍କ ଏକ ଦନ୍ତା ହାତୀର ମୃତଦେହ ପଡ଼ି ରହିଛି । ଜମି ଭିତରେ କେହି ଦୁର୍ବୃତ୍ତ  ୧୧ କେଭି ବିଦ୍ୟୁତ୍‌ ତାର ବିଛାଇଥିବା ଯୋଗୁ ହାତୀର ଶୋଚନୀୟ ମୃତ୍ୟୁ ଘଟିଥିବା DFO ସଞ୍ଜିତ୍ କୁମାର ସୂଚନା ଦେଇଛନ୍ତି ।

ଏହି ଘଟଣାର ତଦନ୍ତ କରି ୩ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ACFଙ୍କୁ ନିର୍ଦ୍ଦେଶ ଦେଇଛନ୍ତି DFO । ଗତ ଦୁଇ ଦିନ ତଳେ ଘଟଣା ଘଟିଥିବା ବେଳେ ବନ ବିଭାଗ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେହିପରି ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଲାଉଗଡ଼ ଗାଁ  ନିକଟ ଧାନବିଲରୁ ଏକ ୩ ମାସର ହାତୀଛୁଆର ମୃତଦେହ ଉଦ୍ଧାର ହୋଇଛି। କାଦୁଅରେ ଫସି ହାତୀଛୁଆର ମୃତ୍ୟ ହୋଇଥିବା ସନ୍ଦେହ କରାଯାଉଛି।

The post ଆଖି ବୁଜିଲେ ୨ ହାତୀ appeared first on Odisha Reporter.



from Odisha Reporter https://ift.tt/3fUX6ch

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages