ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ସହ କଥା ହେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 12, 2020

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡ. ଟେଡ୍ରୋସ ଆଢାନମଙ୍କ ସହ ଗୁରୁବାର କଥା ହୋଇଛନ୍ତି। କରୋନା ମହାମାରୀ ମୁକାବିଲା ଦିଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନ୍ତର୍ଜାତୀୟ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଶଂସା କରିଛନ୍ତି। ତେବେ ଏହି ସମୟରେ ଅନ୍ୟ ରୋଗଗୁଡ଼ିକ ବିରୋଧରେ ଚାଲିଥିବା ଲଢ଼େଇ ଉପରୁ ନଜର ହଟାଇବା ଠିକ୍ ହେବନି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ। ଅନ୍ୟପକ୍ଷରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଯୋଗକୁ ମୋଦି ପ୍ରଶଂସା କରିଛନ୍ତି।

ସେହିପରି ଭାରତର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ ନିୟମିତ ସହଯୋଗ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଗୁରୁତ୍ୱ ପ୍ରଦାନ କରିଥିଲେ। ଯକ୍ଷ୍ମା ବିରୋଧରେ ଭାରତର ଅଭିଯାନ ଏବଂ ଆୟୁଷ୍ମାନ ଭାରତ ଯୋଜନା ଭଳି ଘରୋଇ ପଦକ୍ଷେପଗୁଡ଼ିକୁ ମଧ୍ୟ ଟେଡ୍ରୋସ ପ୍ରଶଂସା କରିଥିଲେ। ସାରା ବିଶ୍ୱରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହିଛି। ହେଲେ ଭାରତ ଯେଉଁଭଳି ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟାକୁ ସାମ୍ନା କରିବାରେ ସଫଳ ହୋଇଛି ତାହା ପ୍ରଶଂସନୀୟ ବୋଲି ଟେଡ୍ରୋସ କହିଛନ୍ତି।

ପାରମ୍ପରିକ ଚିକିତ୍ସା କ୍ଷମତାକୁ ଏ ପର୍ଯ୍ୟନ୍ତ ଯେଉଁଭଳି ସହାୟତା ମିଳିବା କଥା ଏଯାଏ ମିଳିନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି କ୍ଷେତ୍ରରେ ଅନୁସନ୍ଧାନ, ପ୍ରଶକ୍ଷିଣ ଏବଂ ଗବେଷଣାକୁ ପୋତ୍ସାହିତ କରିବା ପାଇଁ କାମ କରୁଛି ବୋଲି ଟେଡ୍ରୋସ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଏବଂ ଟେଡ୍ରୋସଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପରେ ଅନ୍ତର୍ଜାତୀୟ ସହଯୋଗ ଉପରେ ମଧ୍ୟ ଆଲୋଚନା ହୋଇଛି।

The post ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ସହ କଥା ହେଲେ ମୋଦି appeared first on Odisha Reporter.



from Odisha Reporter https://ift.tt/2UmA6sV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages