ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଗତକାଲି ରାତିରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କର କିଛି କ୍ଷତି ହୋଇନାହିଁ।
ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ ଦେଇଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ଦେବଗଡ଼ ଠାରୁ ପ୍ରାୟ ୫ କି.ମି ଦୂର କୁରଡ଼ ଗାଁରେ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ସାଂସଦ ତାଙ୍କ କାରରେ ସମ୍ବଲପୁରରୁ ଫେରୁଥିବା ବେଳେ କୁରଡ଼ ଠାରେ ଏକ ମାଲବାହୀ ଟ୍ରକ୍ ପଛରୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ କାର୍ର ପଛପାଖ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସାଂସଦ, ତାଙ୍କ ପିଏସ୍ଓ ଓ ଡ୍ରାଇଭର ସୁରକ୍ଷିତ ଅଛନ୍ତି।
ଏହି ଦୁର୍ଘଟଣା ପରେ କୁରଡ଼ ଗାଁର କିଛି ଲୋକ ଟ୍ରକ୍ ଡ୍ରାଇଭରକୁ କାବୁ କରି ଦେବଗଡ଼ ଥାନାକୁ ଫୋନ୍ କରିଥିଲେ। ପୁଲିସ୍ ପହଞ୍ଚି ଉକ୍ତ ଟ୍ରକ୍ ଓ ଡ୍ରାଇଭରଙ୍କୁ ଥାନାକୁ ନେଇଥିଲା।
The post ସମ୍ବଲପୁର ସାଂସଦଙ୍କ କାର୍କୁ ପିଟିଦେଲା ଟ୍ରକ୍ appeared first on Odisha Reporter.
from Odisha Reporter https://ift.tt/2ICtWlC
No comments:
Post a Comment