ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣିଥରେ ବେକାବୁ ହୋଇଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭,୦୫୩ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୦୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୬,୪୬୨ ଜଣ ଆରୋଗ୍ୟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୪,୬୭,୦୨୮ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ଏଯାବତ ମୋଟ୍ ୪,୧୬,୫୮୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ୭,୩୩୨ ଜଣଙ୍କର ମୃତ୍ୟୁ ଘଟିଛି ଏହି ଘାତକ ଭାଇରସରେ।
ଦେଶରେ ଶୀତର ପ୍ରକୋପ ଆରମ୍ଭ ହୋଇଯାଇଛି। ଏହି ସମୟରେ କରୋନା ଅଧିକ ମାରାତ୍ମକ ହେବ ବୋଲି ସରକାର ଏବଂ ବିଭିନ୍ନ ଗବେଷଣା ରିପୋର୍ଟରେ ଆକଳନ ହୋଇଥିଲା। ଯାହାକି ସତ ବୋଲି ପ୍ରମାଣିତ ହୋଇଛି।
ଗତ ୧୫ ଦିନ ମଧ୍ୟରେ ଦିଲ୍ଲୀରେ କରୋନାରେ ୯୭୫ ଜଣଙ୍କର ମୃତ୍ୟୁ ଘଟିଛି। ରାଜଧାନୀ ଦିଲ୍ଲୀରେ କରୋନା ମାରାତ୍ମକ ହେବା ପଛର କାରଣ ବିଶେଷଜ୍ଞମାନେ ବାୟୁ ପ୍ରଦୂଷଣ ଏବଂ ଅସାବଧାନତାକୁ ଦାୟୀ କରିଛନ୍ତି। ୨୮ ଅକ୍ଟୋବରରୁ ଦିଲ୍ଲୀରେ ହଠାତ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି। ସେହି ଦିନ ରାଜଧାନୀରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ପାଞ୍ଚ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ପ୍ରଥମ ଥର ପାଇଁ ବୁଧବାର ଆଠ ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ୨୮ ଅକ୍ଟୋବରରୁ ୧୧ ନଭେମ୍ବର ମଧ୍ୟରେ ଦିଲ୍ଲୀରେ ୯୦,୫୭୨ ଜଣ ନୂଆ ସଂକ୍ରମିତ ହୋଇଥିବାବେଳେ ୮୭୨ ଜଣଙ୍କର ମୃତ୍ୟୁ ଘଟିଛି।
ସାର୍ ଗଙ୍ଗା ରାମ ହସ୍ପିଟାଲର ଚେୟାରମ୍ୟାନ୍ ଏସପି ବାୟୋଟ୍ରା କହିଛନ୍ତି ଯେ ପ୍ରଦୂଷଣ ସ୍ତର ହେବା ଏବଂ ଅନ୍ୟାନ୍ୟ କାରଣ ପାଇଁ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ସେହିପରି ଅନ୍ୟ ରାଜ୍ୟର ଲୋକ ଏବେ ଦିଲ୍ଲୀ ଆସୁଛନ୍ତି। ଏହା ମଧ୍ୟ କରୋନା ବୃଦ୍ଧି ପଛରେ ଆଉ ଏକ କାରଣ ହୋଇପାରେ ବୋଲି ସେ କହିଛନ୍ତି।
The post ରାଜଧାନୀରେ ପୁଣିଥରେ ବେକାବୁ କରୋନା, ୨୪ ଘଣ୍ଟାରେ ୭,୦୫୩ ସଂକ୍ରମିତ appeared first on Odisha Reporter.
from Odisha Reporter https://ift.tt/3ltQ8wT
No comments:
Post a Comment