ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଛତିଶଗଡ଼ ସୀମାନ୍ତ ପାଭଇଷିମୁଣ୍ତି ଗାଁ ନିକଟ ଜଙ୍ଗଲରୁ ନକ୍ସଲ କ୍ୟାମ୍ପ ଠାବ କରିଛନ୍ତି ସିଆର୍ପିଏଫ୍ ଯବାନ। ଏହି ନକ୍ସଲ କ୍ୟାମ୍ପରୁ ୫ଟି ରାଇଫଲ, ଗୋଟିଏ ପିସ୍ତଲ ଓ ୩୩ଟି ଡିଟୋନେଟର ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗତ ୨୧ ତାରିଖ ଦିନ ପାଭଇଷିମୁଣ୍ତି ଗାଁ ନିକଟ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ସିଆର୍ପିଏଫ୍ ଯବାନମାନେ ବିଶେଷ ସୂତ୍ରରୁ ଖବର ପାଇଥିଲେ। ପରେ ଭଇଁଷାଦାନୀ ସିଆର୍ପିଏଫ୍ f-216 କମାଣ୍ଡାଣ୍ଟ ଉଷା ସିଂଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅମୃତ ସିଂ ଓ ଅନ୍ୟ ଯବାନମାନେ ଛତିଶଗଡ଼ ସୀମାନ୍ତ ଭଇଁଷମୁଣ୍ତି ଗାଁ ନିକଟ ଜଙ୍ଗଳରେ ଚଢ଼ାଉ କରିଥିଲେ।
ସେଠାରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଥିଲେ। ଜବତ ନକ୍ସଲ ସାମଗ୍ରୀ ମଧ୍ୟରେ ରାଇଫଲ ୫ଟି, ପିସ୍ତଲ ଗୋଟିଏ, ଡିଟୋନେଟର ୩୩ଟି, ବିଦ୍ୟୁତ ତାର ୨୫୦ ମିଟର, ରାଇଫଲ ବ୍ୟାରେଲ ୩ଟି, ରୋଷେଇ ସାମଗ୍ରୀ ଓ ଖାଦ୍ୟ ପଦାର୍ଥଥିଲା।
The post ନକ୍ସଲ କ୍ୟାମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ appeared first on Odisha Reporter.
from Odisha Reporter https://ift.tt/2UVsihT
No comments:
Post a Comment