କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ, ଜଣେ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 21, 2020

କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ, ଜଣେ ମୃତ

ଆନନ୍ଦପୁର (ଓଡ଼ିଶା ରିପୋର୍ଟର):  କୁକୁଡ଼ା ମୃତ୍ୟୁକୁ ନେଇ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଆନନ୍ଦ ନାୟକ। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ମିଳିଥିବା ସୂଚନା ଅନୁସାରେ, ଭିମା ଖଣ୍ଡେଇଙ୍କ ପରିବାର ତାଙ୍କ ବାଡିରେ କରିଥିବା ଶାଗ କିଆରିରେ ବିଷ ପକାଇଥିଲେ। ଗାଁର ଲକ୍ଷ୍ମଣ ମଲ୍ଲିକଙ୍କ କୁକୁଡ଼ା ଏହି ଶାଗ ଖାଇବା ପରେ ମରିଯାଇଥିଲା। ଏହାପରେ ଉଭୟ ପରିବାର ପକ୍ଷରୁ ଶୁକ୍ରବାର ଦିନ ଗାଁର ୨ଜଣ ଭଦ୍ର ଲୋକ ବାବନ ବେହେରା ଓ ଆନନ୍ଦ ନାୟକଙ୍କୁ ଡାକି ଘଟଣାର ଆପୋସ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା।

ଘଟଣାର ମୀମାଂସା ବେଳେ ବାବନ ଓ ଆନନ୍ଦଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାବନଙ୍କ ପୁଅ ଏକ କ୍ରିକେଟ୍ ବ୍ୟାଟରେ ଆନନ୍ଦଙ୍କୁ ମୁଣ୍ଡକୁ ପିଟିଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

The post କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ, ଜଣେ ମୃତ appeared first on Odisha Reporter.



from Odisha Reporter https://ift.tt/35Q0OAO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages