ଶ୍ୱଶୁର-ବୋହୂ ମଧ୍ୟରେ ଅନୈତିକ ସମ୍ପର୍କ ସନ୍ଦେହ, ବାପକୁ ମାରିଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 15, 2020

ଶ୍ୱଶୁର-ବୋହୂ ମଧ୍ୟରେ ଅନୈତିକ ସମ୍ପର୍କ ସନ୍ଦେହ, ବାପକୁ ମାରିଲା ପୁଅ

ନୂଆଦିଲ୍ଲୀ: ଦୀପାବଳି ଦିନ ସମସ୍ତେ ମସଗୁଲ ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା ଘଟିଛି। ୬୦ ବର୍ଷୀୟ ବାପାକୁ ପୁଅ ହାତୁଡ଼ିରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଅ ଏଭଳି ଚରମ ପଦକ୍ଷେପ ନେବା ପଛର କାରଣ ତାଙ୍କ ସ୍ତ୍ରୀ ସହିତ ବାପାର ଅନୈତିକ ସମ୍ପର୍କ ବୋଲି ସୂଚନା ରହିଛି। ପୁଲିସ ଏବେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପୁଅକୁ ଗିରଫ କରି ଘଟଣାର ତଦନ୍ତ କରୁଛି। ଏଥିସହ ହତ୍ୟାରେ ବ୍ୟବହୃତ ଜିନିଷକୁ ମଧ୍ୟ ପୁଲିସ ଜବତ କରିଛି।

ଦ୍ୱାରକା ଜିଲ୍ଲା ଉତ୍ତମ ନଗରର ଓମ ବିହାରରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଦିଲୀପ ଏବଂ ସେ ତାଙ୍କର ଦୁଇ ପୁଅ ଏବଂ ବୋହୂଙ୍କ ସହ ରହୁଥିଲେ। ଏହି ସମୟରେ, ତାଙ୍କ ବଡ ପୁଅ ଅଓ୍ୱଘେଶ ଜଣେ ଶ୍ରମିକ। ଏବେ କିଛି ଦିନ ହେବ ସେ ବେରୋଜଗାର ଥିଲେ।

ପୁଲିସ କହିଛି ଯେ ଦିଲୀପଙ୍କ ବଡ ପୁଅ ସନ୍ଦେହ କରିବା ପରେ ତାଙ୍କ ସ୍ତ୍ରୀଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏଥିସହ ଦିପାବଳୀରେ ତାଙ୍କ ସାନ ଭାଇ ମଧ୍ୟ ଘରୁ ବାହାରକୁ ଯାଇଥିଲା। ପରେ ସେ ହତ୍ୟା ପାଇଁ ଯୋଜନା କରିଥିଲେ।

ମୃତଙ୍କ ସାନ ପୁଅ ଘରକୁ ଫେରିବା ପରେ ଦେଖିଥିଲେ ତାଙ୍କ ବାପାଙ୍କ ମୃତ ଶରୀର। ଏହାପରେ ସେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫୋରେନସିକ୍ ଯାଞ୍ଚ ପରେ ଶବ ବ୍ୟବଚ୍ଛେଦ କରିଛି।

The post ଶ୍ୱଶୁର-ବୋହୂ ମଧ୍ୟରେ ଅନୈତିକ ସମ୍ପର୍କ ସନ୍ଦେହ, ବାପକୁ ମାରିଲା ପୁଅ appeared first on Odisha Reporter.



from Odisha Reporter https://ift.tt/38PWYJJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages