ନିଆଳି (ଓଡ଼ିଶା ରିପୋର୍ଟର): ନିଆଳି ଜଳସମ୍ପଦ ଉପଖଣ୍ଡ ଅଧିନ କାକଟପୁର ବ୍ରାଞ୍ଚ କେନାଲର ଉତ୍ତରପାର୍ଶ୍ଵ ବନ୍ଧ ଭାଙ୍ଗିଯାଇଛି। ବନ୍ଧ ଭାଙ୍ଗିବା ଦ୍ୱାରା ବରିମୁଣ୍ଡ ଗାଁ ମଧ୍ୟରେ କେନାଲ ପାଣି ପଶି କୃତିମ ବନ୍ୟା ପରିସ୍ଥିତି ଦେଖା ଦେଇଛି।
ଗ୍ରାମରେ ଥିବା ପୋଖରୀ ଗୁଡ଼ିକ ବୁଡ଼ିଯିବା ଫଳରେ ମାଛ ଚାଷୀ କ୍ଷତି ଗ୍ରସ୍ଥ ହୋଇଛନ୍ତି। ଏପରିକି ପାଣି ବଢୁଥିବାରୁ ଗ୍ରାମବାସୀଙ୍କ ମନରେ ଭୟର ଆତଙ୍କ ଖେଳିଯାଇଛି। ଗ୍ରାମବାସୀ ଏବେ ଜଳବନ୍ଦୀ ହୋଇ ରହିଛନ୍ତି। ବିଭାଗ ପକ୍ଷରୁ ଜେସିପି ଯୋଗେ ପାଣି ରୋକିବାକୁ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇପାରି ନାହିଁ। ବେଳକୁ ବେଳ ଘାଇର ଆକାର ବୃଦ୍ଧି ପାଇବାରେ ଲାଗିଛି।
କେନାଲ ବନ୍ଧ ଦୁର୍ବଳ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ହେଁ, ଏଥିପ୍ରତି କେହି କର୍ଣ୍ଣପାତ କରିନାହାନ୍ତି। ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସଂପୃକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
The post କେନାଲ ବନ୍ଧ ଭାଙ୍ଗି ଗାଁରେ ପଶିଲା ପାଣି appeared first on Odisha Reporter.
from Odisha Reporter https://ift.tt/2Iv3Fq3
No comments:
Post a Comment