ନୀଳଗିରି (ବିଶ୍ୱମ୍ବର ଦାସ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୀଳଗିରିକୁ ପ୍ରବେଶ କରିଛନ୍ତି ଝାଡ଼ଖଣ୍ଡି ହାତୀପଲ। ଏହି ହାତୀପଲରେ ଛୋଟବଡ଼ ମିଶି ୪୨ଟି ହାତୀ ଅଛନ୍ତି।
ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀପଲ ମୟୁରଭଞ୍ଜ ପରେ ବାଲେଶ୍ଵର ଜିଲ୍ଲା ନୀଳଗିରି ରେଞ୍ଜର ଦୁର୍ଗାଦେବୀ, ସୋନନଦୀ, ପୁନ୍ଦାଳ, କାଠପାଳ ଓ ପାଟଣା ପରେ ଅଯୋଧ୍ୟା-ଗୋପାଳପୁର ରାସ୍ତା ଅତିକ୍ରମ କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି।
ଆସିବା ରାସ୍ତାରେ ହାତୀମାନେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି।
ସୁରକ୍ଷା ଦୃଷ୍ଟିରୁ ବାଲେଶ୍ଵର ଡିଏଫଓ ବିଶ୍ଵରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ନୀଳଗିରି ରେଞ୍ଜର ବନ ବିଭାଗ ଅଧିକାରୀ ଓ କର୍ମଚାରୀ ହାତୀପଲ ଉପରେ ନଜର ରଖିଛନ୍ତି। ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରାଯାଉଛି। ଅନ୍ୟପକ୍ଷରେ ଏହି ହାତୀପଲକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
The post ପଶିଛନ୍ତି ୪୨ଟି ହାତୀ, ଲୋକେ ଛାନିଆ appeared first on Odisha Reporter.
from Odisha Reporter https://ift.tt/36z2gqk
No comments:
Post a Comment