କମୁନି ରୋଗୀର ଯାତନା, ଖୁଣ୍ଟରେ ବନ୍ଧା ହୋଇଛି ବୋଟ ଆମ୍ବୁଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 10, 2020

କମୁନି ରୋଗୀର ଯାତନା, ଖୁଣ୍ଟରେ ବନ୍ଧା ହୋଇଛି ବୋଟ ଆମ୍ବୁଲାନ୍ସ

ଲମତାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ୪ ମାସ ପୂର୍ବେ ଆରମ୍ଭ ହୋଇଥିଲା ବୋଟ୍ ଆମ୍ବୁଲାନ୍ସ ସେବା। ହେଲେ ଉଦଘାଟନ ପରଠୁ ଏହା କାର୍ଯ୍ୟକ୍ଷମ ହେବା ପରିବର୍ତ୍ତେ ବନ୍ଧା ହୋଇପଡ଼ି ରହିଛି। ବୋଟ୍ ଆମ୍ବୁଲାନ୍ସ ଥିବା ସତ୍ତ୍ୱେ ରାତି ଅଧିଆ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଲେ କେବଳ ଭଗବାନ ହିଁ ଭରସା ।

ସରକାରଙ୍କ ଏହି ସେବା ସେମାନଙ୍କ କୌଣସି କାମରେ ଆସିପାରୁ ନ ଥିବାରୁ ଏହା ସେମାନଙ୍କ ପାଇଁ ଉପହାସ ପାଲଟିଥିବା କହିଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ। ଏବେ ବୋଟ ଆମ୍ବୁଲାନ୍ସ ପରିବର୍ତ୍ତେ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି ବିଛିନ୍ନାଞ୍ଚଳବାସୀ ।

ସୂଚନାଯୋଗ୍ୟ,  ବିଚ୍ଛିନ୍ନାଞ୍ଚଳବାସୀଙ୍କୁ  ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ୪ ମାସ ପୂର୍ବେ  ଆରମ୍ଭ ହୋଇଥିବା ବୋଟ୍ ଆମ୍ବୁଲାନ୍ସକୁ ଖୋଦ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂରେ ଉଦ୍‌ଘାଟନ କରିଥିଲେ। ଲମତାପୁଟ ବ୍ଲକର ସିନ୍ଦୁପୁଟ ନଦୀ ଘାଟରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଏହି ଆମ୍ବୁଲାନ୍ସ ସେବାର ଉଦଘାଟନ କରିଥିଲେ ସରକାର।  ଲମତାପୁଟ ବ୍ଲକର କୁମାରଗନ୍ଧଣା,ବନମାଳିପୁଟ,ଉମ୍ବେଲ ଓ ଟିକିରପଡା ଗ୍ରାମ ପଞ୍ଚାୟତର ପ୍ରାୟ ୪୦ଟି ଗାଁ ଲୋକଙ୍କ ଲାଗି ଏହି ସେବାର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।

ହେଲେ ଉଦଘାଟନ ପରଠାରୁ ଏହି ବୋଟ୍ ଆମ୍ବୁଲାନ୍ସ  ଚାଲୁ  ହୋଇ ନ ପାରି ବନ୍ଧା ହୋଇ ପଡିରହିଛି  । ସାଧାରଣ ରୋଗୀଙ୍କଠାରୁ ଆରମ୍ଭ କରି ଗର୍ଭବତୀ ମହିଳାମାନେ  ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ତେଣୁ ଏହାଦ୍ୱାରା ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୁଃଖ ଲାଘବ ହୋଇନି।

ପୂର୍ବରୁ ସ୍ୱାସ୍ଥ୍ୟସେବା ପାଇବା ନିମନ୍ତେ ନିରୀହ ଆଦିବାସୀ ଯେପରି ହଇରାଣ ହେଉଥିଲେ ଏବେ ମଧ୍ୟ ସମାନ ଅବସ୍ଥା।  ସରକାର ବୋଟ୍ ଆମ୍ବୁଲାନ୍ସ ପରିବର୍ତ୍ତେ ୨ଟି ଆମ୍ବୁଲାନ୍ସ ଗାଡି ସହ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ ।

ଏ ସମ୍ପର୍କରେ ଟିକିରପଡା ସରପଞ୍ଚ ଧନୁର୍ଯ୍ୟୟ ବଡ଼ନାୟକ କହିଛନ୍ତି, ୪ ମାସ ହେବ ପଡ଼ି ଖତ ଖାଇଗଲାଣି ଆମ୍ବୁଲାନ୍ସ। ଅଞ୍ଚଳବାସୀ ଏହାଦ୍ୱାରା ଉପକୃତ ହୋଇପାରୁ ନାହାନ୍ତି।

ଆମ୍ବୁଲାନ୍ସ ଡ୍ରାଇଭର ପ୍ରଶାନ୍ତ କୁମାର ସେଠି, ବୋଟ୍ ଆମ୍ବୁଲାନ୍ସ ଚଲାଇବା ପାଇଁ ୩ ଜଣ କର୍ମଚାରୀଙ୍କୁ ସରକାରୀ ନିଯୁକ୍ତି ଦେଇଛନ୍ତି  । ହେଲେ ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ  ଅପେକ୍ଷା  ରହିଛି । ଉପରିସ୍ଥ ଅଧିକାରୀଙ୍କ ଆଦେଶ ପାଇଲେ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ ।

ଅନ୍ୟପଟେ ସେହି ସ୍ଥାନରେ ରାମ୍ପ ନିର୍ମାଣ ପରେ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହେବ ବୋଲି କହିଛନ୍ତି ଆମ୍ବୁଲାନ୍ସର ମ୍ୟାନେଜର ସରୋଜ ପଟ୍ଟନାୟକ।

The post କମୁନି ରୋଗୀର ଯାତନା, ଖୁଣ୍ଟରେ ବନ୍ଧା ହୋଇଛି ବୋଟ ଆମ୍ବୁଲାନ୍ସ appeared first on Odisha Reporter.



from Odisha Reporter https://ift.tt/3ePrVi0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages