‘ମୃତ କେ. ରମେଶଙ୍କ ବାପାମା’ଙ୍କୁ ତୁରନ୍ତ ଖୋଜି ବାହାର କର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 23, 2020

‘ମୃତ କେ. ରମେଶଙ୍କ ବାପାମା’ଙ୍କୁ ତୁରନ୍ତ ଖୋଜି ବାହାର କର’

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବାସେଳିସାହି ଥାନା ହାଜତରେ କେ. ରମେଶ ନାମକ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେବା ପରଠୁ ତାଙ୍କ ବାପାମା’ଙ୍କ ପତ୍ତା ମିଳୁନି। ଉଭୟଙ୍କୁ ତୁରନ୍ତ ଠାବ କରିବା ସହ ଅନୁକମ୍ପାମୂଳକ  ସହାୟତା ପ୍ରଦାନ କର ବୋଲି କହିଛନ୍ତି ହାଇକୋର୍ଟ ।

ଆଇନଜୀବୀ ଶରତ ରାୟଗୁରୁ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ସମ୍ପୃକ୍ତ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ସେ ଅପିଲ କରିଥିଲେ। ଏହି ମାମଲାକୁ ହାଇକୋର୍ଟ ଗ୍ରହଣ କରି ସରକାରଙ୍କୁ ରିପୋର୍ଟ ତଲବ କରିବା ସହ ପୋଷ୍ଟମର୍ଟମ ରିପୋର୍ଟ  ଓ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ।

ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଳକୋର୍ଟରେ ଦାଖଲ କାଉଣ୍ଟରରେ ଏହା ହାଜତ ମୃତ୍ୟୁ ନୁହେଁ ବୋଲି ଉଲ୍ଲେଖ ଅଛି।  ମୃତକଙ୍କ ବାପାଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇଛି ଓ କେ.ରମେଶ ଧସ୍ତାଧସ୍ତି ବେଳେ ତଳେ ପଡିଯିବାରୁ ମୃତ୍ୟବରଣ କରିଥିବା ନେଇ କୋର୍ଟଙ୍କୁ ପୁରୀ ପୁଲିସ୍‌ ପକ୍ଷରୁ କୁହାଯାଇଥିବା ଆବେଦନକାରୀ ଓକିଲ କହିଛନ୍ତି ।

ଅପରପକ୍ଷେ ପୁରୀ ଏସ୍‌ଡିଜେଏମ୍‌ କୋର୍ଟରେ ୱାନ୍ ସିସିରେ ମାମଲା ରୁଜୁ କରାଯାଇଛି। ମାମଲାକୁ କୋର୍ଟ ମଧ୍ୟ ଗ୍ରହଣ କରିଛନ୍ତି । ଆଇପିସି ଧାରା ୩୦୨, ୧୨୦ (ବି), ୨୦୧, ୩୪୮, ୫୦୬, ୩୪ ଅନୁଯାୟୀ ବାସେଳୀସାହି ଥାନା ଆଇଆଇସି, ଏସ୍ଆଇ ଏବଂ ପୂର୍ବତନ ପୁରୀ ଏସପିଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆବେଦନ କରାଯାଇଛି ।

ସୂଚନା ମୁତାବକ ଗତ ଗୁରୁବାର ପୁଲିସ୍ ହେପାଜତରେ ପୁରୀ ବୀରମିତ୍ରପୁରର କେ.ରମେଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଥାର୍ଡ ଡିଗ୍ରୀ ଯୋଗୁଁ ରମେଶର ମୃତ୍ୟୁ ହୋଇଥିବା ଅଭିଯୋଗ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଜଣେ ସିଟିଂ ଜଜ୍ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିଲ॥ ଏସ୍‌ପି କହିଥିଲେ, NHRC ଗାଇଡ୍ ଲାଇନ୍ ଅନୁସାରେ ଘଟଣାର ତଦନ୍ତ ହେବ ।

ରମେଶଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ତାଙ୍କ ବାପା, ମା’ ଓ ଦାଦାଙ୍କୁ ଉଠାଇ ନେଇଥିଲା ପୁଲିସ୍‌।  ଏହାପରେ ସେମାନଙ୍କୁ  ତୁରନ୍ତ  ଛାଡ଼ିବାକୁ ଚାପ  ପଡ଼ିବା ପରେ ରମେଶଙ୍କ ଦାଦାଙ୍କୁ ପୁଲିସ୍‌ ଛାଡ଼ି ଦେଇଛି। କିନ୍ତୁ ଏବେ ବି ତାଙ୍କ ବାପା, ମା’ଙ୍କ ଖୋଜଖବର ମିଳିପାରି ନାହିଁ।

 

The post ‘ମୃତ କେ. ରମେଶଙ୍କ ବାପାମା’ଙ୍କୁ ତୁରନ୍ତ ଖୋଜି ବାହାର କର’ appeared first on Odisha Reporter.



from Odisha Reporter https://ift.tt/33eaLWT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages