ମୀରଟ: କଥାରେ ଅଛି ରଖେ ହରି ତ ମାରେ କିଏ? ଏହାର ଅର୍ଥ ଯାହାକୁ ଉପରବାଲା ରକ୍ଷା କରିବାକୁ ଚାହୁଁଛନ୍ତି, ତା’ର କେହି କିଛି ବି କ୍ଷତି କରିପାରିବେ ନାହିଁ। ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଉତ୍ତର ପ୍ରଦେଶର ମୀରଟରେ ଦେଖିବାକୁ ମିଳିଛି। ଏଠାରେ ଜଣେ ନବଜାତ ଶିଶୁକନ୍ୟାକୁ ୩ଟି ଅଖା ବସ୍ତାରେ ଭର୍ତ୍ତି କରି କେହି ରାସ୍ତା କଡ଼ରେ ମରିବା ପାଇଁ ଫୋପାଡ଼ି ଦେଇ ଫେରାର ହୋଇ ଯାଇଥିଲା। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ନବଜାତକ ହୋଇଥିଲେ ହେଁ ଶିଶୁକନ୍ୟାଟି ୩ଟି ଅଖା ବସ୍ତା ଭିତରେ ବି ଜୀବନ ସହ ସଂଗ୍ରାମ କରି ବର୍ତ୍ତି ଯାଇଛି।
ରାସ୍ତା କଡ଼ରେ ପଡ଼ିଥିବା ଅଖା ଭିତରୁ ଶିଶୁକନ୍ୟାର କାନ୍ଦ ସେହି ବାଟ ଦେଇ ଯାଉଥିବା କିଛି ଲୋକ ଶୁଣିବାକୁ ପାଇଥିଲେ। ସେମାନେ ଅଖାଟିକୁ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଗୋଟିଏ କି ଦୁଇଟି ନୁହେଁ, ୩ଟି ଅଖା ଭିତରେ ଜଣେ ନବଜାତକ ରହିଥିବା ଦେଖିବାକୁ ପାଇଥିଲେ।
ତୁରନ୍ତ ଲୋକମାନେ ଗୋଟିଏ ପରେ ଗୋଟିଏ ଅଖାକୁ ଖୋଲି ଶିଶୁଟିକୁ ଏହା ମଧ୍ୟରୁ ଉଦ୍ଧାର କରିଥିଲେ। ଜଣେ ମହିଳା କହିଛନ୍ତି, କେମିତି କା ନିର୍ଦ୍ଦୟ ବାପା ମା’। ନିଜ ପିଲା ସହ କିଏ କ’ଣ ଏମିତି କରିପାରେ? ଲୋକମାନେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାଟିକୁ ହସ୍ପିଟାଲରେ ଭର୍ତ୍ତି କରିଛି। ବର୍ତ୍ତମାନ ତା’ର ଅବସ୍ଥା ଠିକ ଥିବା ଜଣାପଡ଼ିଛି। ପୁଲିସ୍ ଅଧିକାରୀ ଡ ଅଖିଲେଶ ନାରାୟଣ ସିଂହ କହିଛନ୍ତି, ଶତାବ୍ଦୀ ନଗରରୁ ନବଜାତକ ମିଳିଥିବା ଖବର ଆମ ପାଖରେ ପହଞ୍ଚିଥିଲା। ଆ ପୁଲିସ୍ ଟିମ ସେଠାରେ ତୁରନ୍ତ ପହଞ୍ଚିଥିଲା ଓ ଶିଶୁକନ୍ୟାଟିକୁ ଜିଲ୍ଲା ମହିଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତ ପ୍ରକାରର ଏସଓପି ପାଳନ କରାଯାଉଛି ଓ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।
The post ରଖେ ହରି ମାରେ କିଏ? ୩ଟି ଅଖାରେ ଭର୍ତ୍ତି କରି ଶିଶୁକନ୍ୟାକୁ ମରିବା ପାଇଁ ଛାଡିଦେଇଥିଲେ, କିନ୍ତୁ… appeared first on Odisha Reporter.
from Odisha Reporter https://ift.tt/36YoJ0a
No comments:
Post a Comment