ଦିପାବଳୀ ପୂର୍ବରୁ ଦୁର୍ଘଟଣାରେ ଆଖି ବୁଜିଲେ ୨ ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ଦିପାବଳୀ ପୂର୍ବରୁ ଦୁର୍ଘଟଣାରେ ଆଖି ବୁଜିଲେ ୨ ଭାଇ

ବଣାଇ(ରଞ୍ଜିତ ଚୌଧୁରୀ): ଦୀପାବଳି ପୂର୍ବରୁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଆଖି ବୁଜିଲେ ଗୋଟିଏ ପରିବାରର ୨ ପୁଅ।  ଅଜଣା ଗାଡ଼ି ଧକ୍କାରେ ଅକାଳରେ ଝଡ଼ିଗଲା ୨ ଜୀବନ। ଏପରି ଦୁଃଖଦାୟକ ଘଟଣା ଗତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ବାଲିଝଜୋଡ଼ି ନିକଟରେ ଘଟିଛି। ମୃତକଦ୍ୱୟ ହେଲେ କୋଇଡା ଥାନା ନିକଟସ୍ଥ କାଦଢ଼ିଆ ଗ୍ରାମର ଅରୁଣ ମାଝୀ ଓ ଅଜୟ ମାଝୀ ।

ଗତରାତିରେ ଦୁଇ ଭାଇ  କୌଣସି  କାର୍ଯ୍ୟରେ ବାଇକ୍‌  ଯୋଗେ ନିକଟସ୍ଥ ଡେଙ୍ଗୁଳା ଗ୍ରାମକୁ ଯାଉଥିଲେ।  ହେଲେ ବାଲିଝୁଡି ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଅରୁଣଙ୍କର ଘଟଣାସ୍ଥଳରେ ମୃତ୍ୟ ହୋଇଥିଲା। ଗୁରୁତର ଆହତ ହୋଇଥିବା ଅଜୟଙ୍କର  କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ହୋଇଛି ।

ଘଟଣାସ୍ଥଳରେ ଗ୍ରାମର କିଛି ଯୁବକ ପହଞ୍ଚି ପ୍ରଥମେ କୋଇଡା ଥାନାକୁ ଖବର ଦେବା ସହିତ ଦୁଇ ଆହତଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ଦୁଇ ଭାଇଙ୍କୁ ମୃତ ଘୋଷଣା କରିଛନ୍ତି ।

The post ଦିପାବଳୀ ପୂର୍ବରୁ ଦୁର୍ଘଟଣାରେ ଆଖି ବୁଜିଲେ ୨ ଭାଇ appeared first on Odisha Reporter.



from Odisha Reporter https://ift.tt/3pvrHl4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages