ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 28, 2020

ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳ ଏହି ପଦକ୍ଷେପ ନେଇଥିବା କହିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

ସାଧାରଣତଃ ଦଳ ବିରୋଧୀ କାର୍ଯ୍ୟ ପାଇଁ ନେତାଙ୍କୁ ଦଳରୁ ନିଲମ୍ବନ ଅବା ବହିଷ୍କୃତ କରାଯାଉଥିବା ବେଳେ ବିଜେଡି ଶ୍ରୀ ପାଣିପ୍ରାହୀଙ୍କୁ ‘ଜନ ବିରୋଧୀ’ କାର୍ଯ୍ୟ ପାଇଁ ବହିଷ୍କୃତ କରିଛି। ତେବେ ସେ କି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରିଥିଲେ, ସେ ସଂପର୍କରେ ଜାରି ହୋଇଥିବା ପ୍ରେସ୍ ରିଲିଜ୍‌ରେ କିଛି କୁହାଯାଇନାହିଁ।

ସୂଚନାଯୋଗ୍ୟ, ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନିକଟରେ ଗିରଫ ହୋଇଥିବା ଅଭୟ ପାଠକଙ୍କ ସହିତ ଶ୍ରୀ ପାଣିପ୍ରାହୀଙ୍କ ସଂପର୍କକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ଅଭୟ ପାଠକଙ୍କ ପୁଅ ଅକାଶ ପାଠକଙ୍କ ସହିତ ଶ୍ରୀ ପାଣିପ୍ରାହୀଙ୍କ ଝିଅର ବାହାଘର ହେବାର ଥିଲା। ଡିସେମ୍ବର ମାସରେ ଏହି ବାହାଘର ହେବାର ଥିଲା। କୁହାଯାଉଛି, ପାଠକ ମାମଲାରେ ବିଜେଡି ନିଜ ଛବି ନିର୍ମଳ କରିବା ପାଇଁ ଶ୍ରୀ ପାଣିପ୍ରାହୀଙ୍କୁ ବହିଷ୍କୃତ କରାଯାଇଛି।

 

The post ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ appeared first on Odisha Reporter.



from Odisha Reporter https://ift.tt/3qc4Efy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages