ୟୁଟ୍ୟୁବରଙ୍କ ନାଁରେ ୫୦୦ କୋଟିର ମାନହାନୀ କଲେ ଅକ୍ଷୟ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 19, 2020

ୟୁଟ୍ୟୁବରଙ୍କ ନାଁରେ ୫୦୦ କୋଟିର ମାନହାନୀ କଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍‌ ଖିଲାଡ଼ି ଅକ୍ଷୟ କୁମାରଙ୍କ ସମ୍ମାନହାନୀ କରିବାକୁ ଚେଷ୍ଟା କରିବା ଜଣେ ୟୁଟ୍ୟୁବରଙ୍କ ପାଇଁ ମହଙ୍ଗା ପଡ଼ିଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ୟୁଟ୍ୟୁବର ଜଣଙ୍କ ଅକ୍ଷୟ କୁମାରଙ୍କୁ ବଦନାମ କରି ଖବର ପ୍ରସାରଣ କରିଥିଲେ। ଏହି କାରଣରୁ ଅକ୍ଷୟ କୁମାର ତାଙ୍କ ନାଁରେ ୫୦୦ କୋଟି ଟଙ୍କାର ମାନହାନୀ ନୋଟିସ କରିଛନ୍ତି।

ୟୁଟ୍ୟୁବର ଜଣଙ୍କ ସୁଶାନ୍ତ ମୃତ୍ୟୁ ମାମଲାର ଖବର ପ୍ରସାରଣ କରୁଥିବା ବେଳେ ଅକ୍ଷୟ କୁମାରଙ୍କ ନାଁରେ ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାଣ କରିଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ଅକ୍ଷୟ କୁମାରଙ୍କ ସମ୍ମାନରେ ଆଞ୍ଚ ଆସିଥିବାରୁ ସେ ୟୁଟ୍ୟୁବରଙ୍କ ପାଖକୁ ୫୦୦ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନୋଟିସ୍‌ କରିଛନ୍ତି।

ଏହି ୟୁଟ୍ୟୁବର ଜଣଙ୍କ ହେଉଛନ୍ତି ବିହାରର ରସିଦ୍ ସିଦ୍ଦିକୀ। ସେ ଏଫଏଫ ନ୍ୟୁଜ ନାଁରେ ୟୁଟ୍ୟୁବରେ ଚ୍ୟାନେଲ ଖୋଲିଛନ୍ତି। ଏହି ଚ୍ୟାନେଲରେ ସେ ଅକ୍ଷୟଙ୍କୁ ଟାର୍ଗେଟ କରି ଅନେକ ପ୍ରକାରର ଖବର ପ୍ରସାରଣ କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ କେନ୍ଦ୍ର କରି ସେ ଅକ୍ଷୟଙ୍କ ବିରୋଧରେ ମିଛ କହିବା ଓ ତାଙ୍କ ଛବିକୁ ମଳିନ କରିବାକୁ ଚେଷ୍ଟା କରିଥିଲେ।

ସେ ଗୋଟିଏ ରିପୋର୍ଟରେ କହିଥିଲେ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅକ୍ଷୟ କୁମାର ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ସାହାଯ୍ୟ କରିଥିଲେ। ଏଥିସହ ଅକ୍ଷୟ ରିୟାଙ୍କୁ କାନାଡା ଫେରାର କରିବାକୁ ଯୋଜନା ମଧ୍ୟ କରିଥିବା ସେ ଦାବି କରିଥିଲେ। ଏନେଇ ଅକ୍ଷୟ ମହାରାଷ୍ଟ୍ରର କିଛି ମନ୍ତ୍ରୀଙ୍କ ସହ କଥା ବି ହୋଇଥିଲେ ବୋଲି ରସିଦ କହିଥିଲେ।

ତେବେ ରସିଦ କରିଥିବା ଦାବିରେ କୌଣସି ସତ୍ୟତା ନଥିବା ଅକ୍ଷୟ କହିବା ସହ ନଭେମ୍ବର ୧୭ରେ ସେ ଲ’ ଫାର୍ମ ଆଇସି ଲିଗାଲ ଜରିଆରେ ରସିଦଙ୍କ ପାଖକୁ ୫୦୦ କୋଟି ଟଙ୍କାର ମାନହାନୀ ନୋଟିସ ପଠାଇଛନ୍ତି। ଏଥିସହ ରସିଦ ତାଙ୍କୁ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ଯଦି ୩ ଦିନ ମଧ୍ୟରେ ରସିଦ କୌଣସି ପ୍ରକାରର ଉତ୍ତର ନ ଦିଅନ୍ତି, ତା’ହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅକ୍ଷୟ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ରସିଦଙ୍କ ବିରୋଧରେ ପୂର୍ବରୁ ମଧ୍ୟ ମୁମ୍ବାଇ ପୁଲିସ୍ ମାମଲା କରିଥିଲା। ସେ କୌଣସି ପ୍ରମାଣ ନଥାଇ ସରକାର ଓ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିବାରୁ ମାମଲା ହୋଇଥିଲା। ଏହି ମାମଲାରେ ସେ ଗିରଫ ହେବାର ଆଶଙ୍କା ଥିବାରୁ ମୁମ୍ବାଇର ଏକ କୋର୍ଟରେ ଜାମିନ ଆବେଦନ କରିଥିଲେ। କୋର୍ଟ ମଧ୍ୟ ତାଙ୍କୁ ନିକଟରେ ଜାମିନ ପ୍ରଦାନ କରିଥିଲେ।

The post ୟୁଟ୍ୟୁବରଙ୍କ ନାଁରେ ୫୦୦ କୋଟିର ମାନହାନୀ କଲେ ଅକ୍ଷୟ କୁମାର appeared first on Odisha Reporter.



from Odisha Reporter https://ift.tt/3m19gmx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages