ଆମେରିକାରେ କଡ଼ା ଟକ୍କର ଜାରି, କୋର୍ଟରେ ନିରାଶ ହେଲେ ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 5, 2020

ଆମେରିକାରେ କଡ଼ା ଟକ୍କର ଜାରି, କୋର୍ଟରେ ନିରାଶ ହେଲେ ଟ୍ରମ୍ପ

ୱାଶିଂଟନ: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ, ସେନେଇ କଡ଼ା ଟକ୍କର ଜାରି ରହିଛି। ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ନିର୍ବାଚନ ପରେ ଭୋଟ ଗଣତି ୩ ଦିନ ହେଲା ଜାରି ରହିଛି। କିଛି ରାଜ୍ୟର ଫଳାଫଳ ସାମ୍ନାକୁ ଆସିଥିବା ବେଳେ ଆଉ କିଛି ରାଜ୍ୟରେ କାଣ୍ଟେ କା ଟକ୍କର ଦେଖିବାକୁ ମିଳିଛି।

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଡେମୋକ୍ରାଟ ପାର୍ଟିର ଜୋ ବାଇଡେନଙ୍କ ସପକ୍ଷରେ ୨୬୪ ଇଲେକ୍ଟ୍ରୋରାଲ ଭୋଟ ପଡ଼ିଛି। ଅର୍ଥାତ ସେ ରାଷ୍ଟ୍ରପତି ହେବା ପାଇଁ ଆଉ ୬ଟି ଇଲେକ୍ଟ୍ରୋରାଲ ଭୋଟର ଆବଶ୍ୟକ କରୁଛନ୍ତି। ସେହିପରି ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ୨୧୪ ଇଲେକ୍ଟ୍ରୋରାଲ ଭୋଟ ପାଇଛନ୍ତି। କିଛି ସ୍ଥାନରେ ଟ୍ରମ୍ପ ଆଗରେ ଥିବାରୁ ଚୂଡ଼ାନ୍ତ ରେଜଲ୍ଟ କ’ଣ ହେବ, ତା’ ଉପରେ ସମସ୍ତଙ୍କ ନଜର।

କିନ୍ତୁ ପେନସଲଭେନିଆ ଓ ଜର୍ଜିଆରେ ଏବେ ବାଇଡେନ୍‌ ଲିଡ୍‌ କରି ନେଇଛନ୍ତି। ପୂର୍ବରୁ ଟ୍ରମ୍ପ ଏଠାରେ ଆଗରେ ଥିଲେ। ସେହିପରି ନେଭାଦା ଓ ଆରିଜୋନାରେ ମଧ୍ୟ ବାଇଡେନଙ୍କ ପଲ୍ଲା ଭାରି ରହିଛି। ଏପରି ସ୍ଥିତିରେ ଟ୍ରମ୍ପଙ୍କ ପାଇଁ ରାଷ୍ଟ୍ରପତି ନିର୍ବାଚନ ଜିତିବା ଏକ ପ୍ରକାରର କଷ୍ଟକର ହୋଇପଡ଼ିଛି। ଆରିଜୋନାରେ ୯୮% ଭୋଟ ଗଣତି ହୋଇଛି। ଏହା ମଧ୍ୟରୁ ଟ୍ରମ୍ପଙ୍କ ସପକ୍ଷରେ ୪୮.୩% ଓ ବାଇଡେନଙ୍କ ସପକ୍ଷରେ ୫୦.୩% ଭୋଟ ରହିଛି।

ଅନ୍ୟପକ୍ଷରେ ଭୋଟ ଗଣତିରେ ହରେଫେର ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଟ୍ରମ୍ପଙ୍କୁ ଆଜି ନିରାଶ ହେବାକୁ ପଡ଼ିଛି। ମିଚିଗାନ ଓ ଜର୍ଜିଆରେ ଭୋଟ ଗଣତିରେ ହେରଫେର ହୋଇଥିବା ଟ୍ରମ୍ପ ଅଭିଯୋଗ କରିଥିଲେ। ଏଥିପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ହେଲେ ଏହି ଦୁଇ ରାଜ୍ୟରେ କୋର୍ଟ ଟ୍ରମ୍ପଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ମିଚିଗାନର ରାଜ୍ୟ ସଚିବ ସ୍ଥାନୀୟ ଗଣତି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ସଂପୂର୍ଣ୍ଣ ନିରପେକ୍ଷ ଭାବେ ଗଣତି ହୋଇଛି।

ସୂଚନାଯୋଗ୍ୟ ମିଚିଗାନରେ ଟ୍ରମ୍ପ ଆଗରେ ଥିଲେ। ହେଲେ ଶେଷ ମୁହୂର୍ତ୍ତରେ ବାଇଡେନ ଏଠାରେ ବାଜି ମାରିଛନ୍ତି। ଏହାକୁ ନେଇ ଟ୍ରମ୍ପ କ୍ଷୁବ୍ଧ ହୋଇଥିଲେ ଓ ଭୋଟ ଗଣତିରେ ହେରଫେର ହୋଇଥିବା ଅଭିଯୋଗ କରିଥିଲେ।

The post ଆମେରିକାରେ କଡ଼ା ଟକ୍କର ଜାରି, କୋର୍ଟରେ ନିରାଶ ହେଲେ ଟ୍ରମ୍ପ appeared first on Odisha Reporter.



from Odisha Reporter https://ift.tt/2TXVdl1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages