ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡିସେମ୍ବରରେ କରୋନାର ଦ୍ୱିତୀୟ ଲହରୀ ଆସିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବର୍ତ୍ତମାନ ସ୍ଥଗିତ କରାଯାଉଛି। ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ଏପରି ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ଏଥିସହ ମନ୍ତ୍ରୀ ଦାସ କହିଛନ୍ତି, ନଭେମ୍ବରରେ ସ୍କୁଲ ଖୋଲିବା ନିମନ୍ତେ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ସତ୍ତ୍ୱେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡଲାଇନ୍କୁ ଅପେକ୍ଷା କରିଛୁ। ଗାଇଡଲାଇନ୍ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆ ଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ତୃତୀୟ ସପ୍ତାହରେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଯେଉଁ ଛାତ୍ରଛାତ୍ରୀ ସ୍କୁଲ୍ ଆସିବାକୁ ଚାହିଁବେ ନାହିଁ ସେମାନଙ୍କ ଲାଗି ଅନ୍ଲାଇନ୍ରେ ପାଠ ପଢ଼ାଯିବା ନିମନ୍ତେ ମଧ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଉଥିଲା । ତେବେ କିଛି ଦିନ ପୂର୍ବେ ଡିସେମ୍ବରରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଗଣଶିକ୍ଷା ବିଭାଗ ପକ୍ଷରୁ ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି।
The post ଡିସେମ୍ବରରେ ଉପରମୁହାଁ ହୋଇପାରେ କରୋନା ଗ୍ରାଫ୍ , ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ appeared first on Odisha Reporter.
from Odisha Reporter https://ift.tt/3n0dwCu
No comments:
Post a Comment