ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 12, 2020

ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି

ପୁରୀ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ପୁରୀ ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି । ପୂର୍ବ ଭଳି ଲୋକେ ପୟା ଶ୍ରାଦ୍ଧ ପାଳନ କରିପାରିବେ, ହେଲେ କାଉଁରିଆ କାଠି ଜାଳିପାରିବେନି ।  ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏଭଳି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ଏପରି କଟକଣା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ।

ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରଦ୍ଧାଳୁ କେବଳ ପୟାଶ୍ରାଦ୍ଧ କର୍ମ କରି ଫେରିଯିବାକୁ ପ୍ରଶାସନ ଅନୁରୋଧ କରିଛି।  ପ୍ରତିବର୍ଷ ଦୀପାବଳି ସନ୍ଧ୍ୟାରେ ଶ୍ରୀମନ୍ଦିର ଚାରିପଟେ ଶହ ଶହ ଶ୍ରଦ୍ଧାଳୁ ପୟାଶ୍ରାଦ୍ଧ କରି କାଉଁରିଆ କାଠି ଜାଳିଥାନ୍ତି ।

କିନ୍ତୁ ଏବର୍ଷ କରୋନା ସଂକ୍ରମଣ ବଢିବା ଆଶଙ୍କାରେ ପ୍ରଦୂଷଣ ରୋକିବାକୁ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି।

The post ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି appeared first on Odisha Reporter.



from Odisha Reporter https://ift.tt/3nkovam

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages