ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଜନ୍ମ ମାଟିଠୁ ୨୫ ବର୍ଷ ଦୂରେଇ ରହିବା ସହ ୨୦ ବର୍ଷ ଶତ୍ରୁ ରାଷ୍ଟ୍ରରେ ବନ୍ଦୀ ଜୀବନ କାଟିବା ପରେ ଶେଷରେ ଜନ୍ମ ମାଟି ଛୁଇଁଛନ୍ତି ବିରଜୁ କୁଲୁ । ପାକିସ୍ତାନ ଜେଲ୍ରୁ ମୁକୁଳି ଆଜି ଓଡ଼ିଶା ପହଞ୍ଚିଲେ ବିରଜୁ କୁଲୁ। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହ କୁତ୍ରା ବ୍ଲକ ଅଫିସ୍ରେ ପହଞ୍ଚିଥିବା ବିରଜୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସେଠାରୁ ଜିଲ୍ଲା ପ୍ରଶାସନ ସହ ସେ ନିଜ ଗାଁ କଟଙ୍ଗ ଅଭିମୁଖେ ଫେରିବେ ବୋଲି ଜଣାଯାଇଛି ।
୨୫ ବର୍ଷ ଧରି ନିଖୋଜ ହେବା ପରେ ଗତବର୍ଷ ଜଣାପଡ଼ିଥିଲା ବିରଜୁ ପାକିସ୍ତାନ ଜେଲ୍ରେ ବନ୍ଦୀ ଅଛନ୍ତି। ଏହାପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲ୍ରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା । ଏହାପରେ ଖବର ପାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାଁକୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେପଟେ ପରିବାର ଲୋକେ ବିରଜୁଙ୍କୁ ସ୍ୱାଗତ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।
The post ୨୫ ବର୍ଷ ପରେ ବିରଜୁଙ୍କ ଘର ବାହୁଡ଼ା, ଛୁଇଁଲେ ସୁନ୍ଦରଗଡ଼ ମାଟି appeared first on Odisha Reporter.
from Odisha Reporter https://ift.tt/36CFX3c
No comments:
Post a Comment