ନୂଆଦିଲ୍ଲୀ: ଦେଶ ଏବେ କରୋନା ମହାମାରୀ ଦେଇ ଗତି କରୁଛି। ତେଣୁ ସମସ୍ତେ ଏହି ମହାମାରୀରୁ ବର୍ତ୍ତିବା ପାଇଁ ସଫା ସୁତରା ରହୁଛନ୍ତି। ମୁଖ୍ୟତଃ ହାତକୁ ସଫା ରଖିବା ପାଇଁ ସମସ୍ତେ ସାନିଟାଇଜର ବ୍ୟବହାର କରୁଛନ୍ତି। କିନ୍ତୁ ଦୀପାବଳିରେ ଏ ବିଷୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଦରକାର। କାରଣ ବାଣ ହେଉ କି ଫୋଟକା ସାନିଟାଇଜର ବ୍ୟବହାର କରିବା ବେଳେ ଧ୍ୟାନ ରଖିବା ଦରକାର। କାରଣ ସାନିଟାଇଜରରେ ଆଲକହଲ ରହିଛି। ଏହା ଦହନଶୀଳ। ତେଣୁ ବାଣ କିମ୍ୱା ଅନ୍ୟାନ୍ୟ ସାମଗ୍ରୀର ସଂସ୍ପର୍ଶରେ ଆସିବା ବିପଦ ହୋଇପାରେ।
ତେଣୁ ଦୀପାବଳିରେ ସାନିଟାଇଜର ବ୍ୟବହାର ଉପରେ ବିଶେଷ ସତର୍କତା ଅବଲମ୍ବନ କରାବା ଦରକାର। ସଂକ୍ରମଣକୁ ରୋକିବା ପାଇଁ ସାନିଟାଇଜର ଭଲ। ହେଲେ ହାତରେ ଏହି ସାନିଟାଇଜର ମାରି ଦହନଶୀଳ ପଦାର୍ଥକୁ ଧରିବା କିମ୍ୱା ନିଆଁ ଲଗାଇବାର ଅର୍ଥ ବିପଦକୁ ଆମନ୍ତ୍ରଣ କରିବ।
ସାନିଟାଇଜର ବ୍ୟବହାର କରି ରୋଷେଇ କରିବା ମଧ୍ୟ ଠିକ୍ ନୁହେଁ। କାରଣ ଉଭୟ ଖାଦ୍ୟ ପଦାର୍ଥ ସହିତ ନିଆଁର ବିପଦ ମଧ୍ୟ ରହିଛି। ତେଣୁୁ ବିଦ୍ୟୁତ୍ ବୋର୍ଡ, ମେନ୍ ସୁଇଚ୍, ଗ୍ୟାସ ଚୁଲା ପାଖରେ ସାନିଟାଇଜର ରଖିବା ଠିକ୍ ନୁହେଁ।
The post ସାନିଟାଇଜର ବ୍ୟବହାର କରି ବାଣ ଫୁଟାଉଛନ୍ତି କି? appeared first on Odisha Reporter.
from Odisha Reporter https://ift.tt/3eT5VTA
No comments:
Post a Comment