ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ପ୍ରକୋପ କମିବାର ନାଁ ଧରୁନି। ଗୁରୁବାର ତୁଳନାରେ ଶୁକ୍ରବାର ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗୁରୁବାର ତୁଳନାରେ ଶୁକ୍ରବାର ଅଧିକ ଲୋକଙ୍କ ଜୀବନ ନେଇଛି କରୋନା।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୫,୪୮୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ପ୍ରାଣଘାତୀ ଭାଇରସ ସଂସ୍ପର୍ଶରେ ଆସି ଆଉ ୯୮ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ୨୪ ଘଣ୍ଟାରେ ୫,୯୩୭ ଜଣ ଲୋକ କରୋନାରୁ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ଏବେ ଦିଲ୍ଲୀରେ ଆକ୍ଟିଭ କେସ ସଂଖ୍ୟା ୩୮,୧୮୧ ରହିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିଲ୍ଲୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏକାଧିକ ପଦକ୍ଷେପ ନିଆଯାଇଛି। ହେଲେ ବିଗତ ୧୦ ଦିନରେ ରାଜ୍ୟରେ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମୋଟ ୫,୫୬,୭୬୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮୯୦୯ ଜଣଙ୍କ ମୃତ୍ୟୁ ଘଟିଛି।
The post ରାଜଧାନୀରେ କରୋନା ପ୍ରକୋପ ଜାରି: ପୁଣି ୯୮ ମୃତ, ୫ ହଜାରରୁ ଅଧିକ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/2VaKapl
No comments:
Post a Comment