ଲେହ: ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲଦାଖର ଲେହ ପ୍ରଶାସନ ଆଜି ଠାରୁ ନୂଆ କଟକଣା ଲାଗୁ କରିଛି। ସେହିପରି ଆଜିଠାରୁ ଲେହରେ ନାଇଟ୍ କର୍ଫ୍ୟୁ ମଧ୍ୟ ଆରମ୍ଭ ହେବ।
ନୂଆ ଗାଇଡଲାଇନ ଅନୁଯାୟୀ, ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକତ୍ରୀତ ହୋଇପାରିବେ ନାହିଁ। ସେହିପରି ସରକାରୀ ଅଫିସର ଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ହେବ। ଅନ୍ୟମାନେ ଘରୁ କାମ କରିବେ। ବିଭିନ୍ନ ବିଭାଗର ଏଚଓଡିମାନେ ସେମାନଙ୍କ କର୍ମଚାରୀଙ୍କ ରୋଷ୍ଟର ତିଆରି କରିବେ। ଗାଡ଼ି ଗୁଡ଼ିକ ସେମାନଙ୍କ ସିଟ୍ କ୍ଷମତା ତୁଳନାରେ ୫୦% ଲୋକଙ୍କୁ ନେଇ ସେବା ଯୋଗାଇ ପାରିବେ ବୋଲି ପ୍ରଶାସନ କହିଛି।
କରୋନା ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରିଛି। ସମଗ୍ର ଜିଲ୍ଲାରେ ରାତି ୮ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ କରାଯିବ। ଏହି ସମୟରେ ଅଣଅତ୍ୟାବଶ୍ୟକ ସେବା ବିନା ଅନୁମତିରେ କାର୍ଯ୍ୟ କରିପାରିବ ନାହିଁ। ସାମାଜିକ ସମାବେଶ ଉପରେ ସଂପୂର୍ଣ୍ଣ ଭାବେ କଟକଣା ଲାଗୁ କରାଯାଇଛି।
ବାହାଘର ଓ ଅନ୍ତିମ ସଂସ୍କାର ପାଇଁ ଲୋକେ ଯଦି ଏକାଠି ହେବେ, ତା’ହେଲେ ପ୍ରଶାସନର ଅନୁମତି ଜରୁରୀ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି ପ୍ରଶାସନ କହିଛି।
The post କରୋନା ସଂକ୍ରମଣ ପାଇଁ ଜାରି ହେଲା ନୂଆ କଟକଣା, ଆଜିଠାରୁ ନାଇଟ କର୍ଫ୍ୟୁ appeared first on Odisha Reporter.
from Odisha Reporter https://ift.tt/3o6qf7c
No comments:
Post a Comment