ଜେନେଭା: ଯଦି ସବୁ କିଛି ଠିକ୍ ଠାକ ରୁହେ, ତା’ହେଲେ ଆସନ୍ତାବର୍ଷ ମଧ୍ୟ ଭାଗ ସୁଦ୍ଧା ସାରା ବିଶ୍ୱରେ କରୋନାକୁ ମାତ୍ ଦେବା ପାଇଁ ୧୦ ପ୍ରକାରର କରୋନା ଟିକା ଉପଲବ୍ଧ ହେବ ବୋଲି ବିଶ୍ୱସ୍ତରୀୟ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରୀର ମୁଖ୍ୟ କହିଛନ୍ତି।
ଆଇଏଫପିଏମଏର ନିର୍ଦ୍ଦେଶକ ଥୋମାସ କୁଏନି କହିଛନ୍ତି, ଫାଇଜର, ବାୟୋଏନଟେକ ସହ ମଡର୍ଣ୍ଣା ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରିଥିବା କରୋନା ଟିକା ଟ୍ରାଏଲ ବେଳେ ଭଲ ରେଜଲ୍ଟ ଦେଇଛନ୍ତି। ଏହି କମ୍ପାନୀଗୁଡ଼ିକ ସେମାନଙ୍କ ଟିକାର କ୍ଲିନିକାଲ ଟ୍ରାଏଲ ବିଭିନ୍ନ ରାଷ୍ଟ୍ରରେ କରିଛନ୍ତି।
ବର୍ତ୍ତମାନ ସୁଦ୍ଧ ଆମେ ୩ଟି ହିଟ୍ କରି ୩ଟି ଯାକରେ ସଫଳତା ପାଇଛୁ। ଆମର ଆଶା ଜନସନ ଆଣ୍ଡ ଜନସନର ପରୀକ୍ଷାରୁ ମଧ୍ୟ ସମାନ ରେଜଲ୍ଟ ମିଳିବ। ଏହାବାଦ ନୋଭାକ୍ସ, ସାନୋଫି ପାଷ୍ଟେଉର, ଜିଏସକେ ଭଳି କରୋନା ଟିକା ମଧ୍ୟ ସକାରାତ୍ମ ରେଜଲ୍ଟ ଆଣିବେ।
ବଡ଼ ବଡ଼ ଫାର୍ମ ଓ ବାୟୋଟେକ ଫାର୍ମଗୁଡ଼ିକ ମହାମାରୀ ସମୟରେ ଟିକାର ଡୋଜ୍ ପାଇଁ ବିପୁଳ ସଂଖ୍ୟାରେ ପୁଞ୍ଜି ନିବେଶ କରୁଛନ୍ତି। ଉଭୟ ରିସର୍ଚ୍ଚ ଓ ଉତ୍ପାଦନ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯାଉଛି। ଏବେ ସ୍ଥିତି ଯାହା, ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ବିଶ୍ୱ ପାଖରେ ୧୦ଟି କମ୍ପାନୀର କରୋନା ଟିକା ପହଞ୍ଚି ସାରିଥିବ। କିନ୍ତୁ ସବୁ କମ୍ପାନୀ ସେମାନଙ୍କ ବୈଜ୍ଞନିକ ଭିତ୍ତିକ ତଥ୍ୟ ଅନୁମୋଦନ ପ୍ରଦାନ ସଂସ୍ଥା ପାଖରେ ଦାଖଲ କରିବା ହେବ।
The post ୨୦୨୧ ସୁଦ୍ଧା ବଜାରରେ ମିଳିବ ୧୦ ପ୍ରକାରର କରୋନା ଟିକା! appeared first on Odisha Reporter.
from Odisha Reporter https://ift.tt/3q7QbRX
No comments:
Post a Comment