‘ବିରାଟ୍ କୋହଲିଙ୍କ ଭଳି କ୍ୟାପଟେନ୍ ଭାଗ୍ୟରେ ଥିଲେ ମିଳେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 7, 2020

‘ବିରାଟ୍ କୋହଲିଙ୍କ ଭଳି କ୍ୟାପଟେନ୍ ଭାଗ୍ୟରେ ଥିଲେ ମିଳେ’

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେଅଫରେ ହାରି ବିଦାୟ ନେଇଛି। ପରାଜୟ ପରେ ଆରସିବି ଟିମର କ୍ୟାପଟେନ୍ କୋହଲିଙ୍କୁ ଖୁବ୍ ସମାଲୋଚନା କରାଯାଉଛି। ବିଶେଷକରି ବିରାଟଙ୍କ କ୍ୟାପଟେନଶିପକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। କିନ୍ତୁ ଏହା ମଧ୍ୟରେ କୋହଲିଙ୍କୁ ଆରସିବିର ସହଯୋଗୀ ଷ୍ଟାଫର ମୁଖ୍ୟ ମାଇକ୍ ହେସନ୍ ଓ ସାଇମନ୍ କାଟିଚଙ୍କ ସମର୍ଥନ ମିଳିଛି। ଉଭୟ ହେସନ୍ ଓ କାଟିଚ୍ କୋହଲିଙ୍କୁ କ୍ୟାପଟେନ୍ ପଦବୀରେ ରଖିବା ପାଇଁ ସମର୍ଥନ କରିଛନ୍ତି।

କାଟିଚ୍ କହିଛନ୍ତି, ଆମେ ଭାଗ୍ୟବାନ୍ ଯେ କୋହଲି ଆରସିବିର କ୍ୟାପଟେନ୍। କୋହଲି ଜଣେ ପେସାଦାର କ୍ରିକେଟର ଏବଂ ତାଙ୍କ ପ୍ରତି ସବୁ ଖେଳାଳିଙ୍କର ବହୁତ ସମ୍ମାନ ରହିଛି। କୋହଲି ଯୁବ ଖେଳାଳିଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟନ୍ତି। ବିଶେଷକରି ଦେବଦତ୍ତ ପାଡିକଲଙ୍କ ସହ ସେ ଅଧିକ ସମୟ ବିତାନ୍ତି। ଆମେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଲୁ ଏବଂ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲୁ। ତେଣୁ ଏସବୁର ଶ୍ରେୟର ବିରାଟଙ୍କୁ ଦିଆଯିବ। ଚଳିତ ସଂସ୍କରଣରେ ବିରାଟ୍ ୧୫ ମ୍ୟାଚରେ ୧୨୧.୩୫ ଷ୍ଟ୍ରାଇକରେଟରେ ୪୫୦ରୁ ଅଧିକ ରନ୍ କରିଛନ୍ତି। ତେବେ ଟୁର୍ଣ୍ଣାମେଣ୍ଟର ମଝି ଭାଗରେ ସେ ଖୁବ୍ ସଂଘର୍ଷ କରିଥିଲେ।

ସୂଚନାଯୋଗ୍ୟ, ଆରସିବି ଲିଗ୍ ପର୍ଯ୍ୟାୟରେ ୭ଟି ମ୍ୟାଚ୍ ଜିତି ପ୍ଲେଅଫକୁ କ୍ୱାଲିଫାଏ କରିଥିଲା। ହେଲେ ଏଲିମିନେଟରରେ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ଟିମର ପ୍ରଦର୍ଶନ ଖରାପ ପ୍ରଦର୍ଶନ ରହିଥିଲେ ହେଁ କିଛି ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା। ୟୁଜବେନ୍ଦ୍ର ଚହଲ୍, ଦେବଦତ୍ତ ପାଡିକଲ, ୱାଶିଂଟନ୍ ସୁନ୍ଦର ଓ ନଭଦୀପ ସାଇନିଙ୍କ ଭଳି ଯୁବ ଖେଳାଳି ନିଜ ନିଜର ପ୍ରଦର୍ଶନ ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

The post ‘ବିରାଟ୍ କୋହଲିଙ୍କ ଭଳି କ୍ୟାପଟେନ୍ ଭାଗ୍ୟରେ ଥିଲେ ମିଳେ’ appeared first on Odisha Reporter.



from Odisha Reporter https://ift.tt/3p9VsrK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages