ରଣବୀରଙ୍କ ସହିତ ଏହି ଫିଲ୍ମରେ ଅଭିନୟ କରିଥା’ନ୍ତେ ଋଷି, ହେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 8, 2020

ରଣବୀରଙ୍କ ସହିତ ଏହି ଫିଲ୍ମରେ ଅଭିନୟ କରିଥା’ନ୍ତେ ଋଷି, ହେଲେ…

ମୁମ୍ବାଇ: ବଲିଉଡ୍ ଅଭିନେତା ଋଷି କପୁର ଗତ ଏପ୍ରିଲ ୩୦ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କ୍ୟାନସରରୁ ସୁସ୍ଥ ହେବା ପରେ ସେ ଏମିତି ଅଚାନକ ଚାଲିଯିବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। କାରଣ ସେ ଆମେରିକାରୁ ଚିକିତ୍ସିତ ହୋଇ ଫେରିବା ପରେ କିଛି ଫିଲ୍ମରେ କାମ କରିବା ପାଇଁ ପ୍ରସ୍ତୁତି ବି ଆରମ୍ଭ କରି ଦେଇଥିଲେ।

ଏକ ରିପୋର୍ଟ ଅନୁସାରେ ଗୁଜରାଟୀ ଫିଲ୍ମ ‘ଚାଲ ଜୀବୀ ଲାଇଏ’ର ହିନ୍ଦୀ ରିମେକ୍‌ରେ ଅଭିନୟ କରିବାକୁ ଋଷି ହଁ ଭରି ସାରିଥିଲେ। ନିର୍ମାତା ଏଥିରେ ଋଷି ଓ ତାଙ୍କ ପୁଅ ରଣବୀର କପୁରଙ୍କୁ ନେବା ପାଇଁ ସ୍ଥିର କରିଥିଲେ। ରଣବୀର ବି ରାଜି ହୋଇଥିଲେ। ତେବେ ଲକ୍‌ଡାଉନ୍ ଯୋଗୁ ଫିଲ୍ମଟି ଆଗେଇ ପାରି ନଥିଲା। ଆଉ ତା’ ମଧ୍ୟରେ ଋଷିଙ୍କର ବି ପରଲୋକ ହୋଇଗଲା।

ଫିଲ୍ମର କାହାଣୀ ଋଷିଙ୍କୁ ବହୁତ ଭଲ ଲାଗିଥିଲା। ତେଣୁ ସେ ଫିଲ୍ମଟି କରିବାକୁ ବେଶ୍‌ ଉତ୍ସାହିତ ଥିଲେ।

‘ଚାଲ ଜୀବୀ ଲାଇଏ’ ଫିଲ୍ମଟି ହେଉଛି ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କ କାହାଣୀ। ଏହି ଫିଲ୍ମରେ ଦେଖିବାକୁ ମିଳିଛି ଯେ ପୁଅ ତା’ କାମରେ ଏତେ ବ୍ୟସ୍ତ ରହୁଛି ଯେ ବାପା ପାଇଁ ଆଦୌ ସମୟ ଦେଉ ନାହିଁ। କିନ୍ତୁ ଯେତେବେଳେ ବାପା ତାଙ୍କ ଶେଷ ଇଚ୍ଛା ବିଷୟରେ ଜଣାନ୍ତି, ପୁଅ ସବୁ ଭୁଲି ତାଙ୍କର ସେହି ସ୍ୱପ୍ନ ପୂରଣ କରିବା ପାଇଁ ଲାଗିପଡ଼େ।

The post ରଣବୀରଙ୍କ ସହିତ ଏହି ଫିଲ୍ମରେ ଅଭିନୟ କରିଥା’ନ୍ତେ ଋଷି, ହେଲେ… appeared first on Odisha Reporter.



from Odisha Reporter https://ift.tt/3p8R7Fa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages