୧୦୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ନଦୀରେ ଓଲଟିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

୧୦୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ନଦୀରେ ଓଲଟିଗଲା

ପାଟନା: ବିହାରର ଭାଗଲପୁର ଗଙ୍ଗାନଦୀରେ ଘଟିଛି ବଡ଼ ଅଘଟଣ, ଯେଉଁଠାରେ ଏକ ଡଙ୍ଗା ଓଲଟି ପଡ଼ିଛି। ସେହି ଡଙ୍ଗାରେ ୧୦୦ରୁ ଅଧିକ ଲୋକେ ଥିବା ଜଣାପଡ଼ିଛି, ଯେଉଁଥିରେ କିଛି ମହିଳା ଓ ଶିଶୁ ମଧ୍ୟ ଥିଲେ। ଏପର୍ଯ୍ୟନ୍ତ ୧୧ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଜଣଙ୍କର ମୃତଦେହ ମିଳିଥିବା ଜଣାପଡ଼ିଛି। ଏବେବି ଏକାଧିକ ନିଖୋଜ ଅଛନ୍ତି। ସୂଚନା ପାଇ ସ୍ଥାନୀୟ ପ୍ରଶାସନ ଓ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।

 

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳେ ତିନଟଙ୍ଗାରୁ ଏକ ଡଙ୍ଗା କିଛି ଲୋକଙ୍କୁ ନେଇ ଦିୟାରା ଅଭିମୁଖେ ବାହାରିଥିଲେ। ତେବେ ଡଙ୍ଗାଟି ଯେତେବେଳେ ନଦୀର ମଝିରେ ପହଞ୍ଚିଲା, ସେତେବେଳେ ଜୋରରେ ପବନ ବୋହିଥିଲା ଏବଂ ଭଅଁର ଭିତରେ ଫସିଯାଇଥିଲା। ଯାହା ଫଳରେ ଡଙ୍ଗାଟି ଓଲଟି ଯାଇଥିଲା।

The post ୧୦୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ନଦୀରେ ଓଲଟିଗଲା appeared first on Odisha Reporter.



from Odisha Reporter https://ift.tt/2TUzudJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages