ଟ୍ରମ୍ପଙ୍କୁ ଜିତାଇବାକୁ ପାଓଲାଙ୍କ ଅଜବ ପ୍ରାର୍ଥନା, ଭିଡିଓ ଦେଖନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

ଟ୍ରମ୍ପଙ୍କୁ ଜିତାଇବାକୁ ପାଓଲାଙ୍କ ଅଜବ ପ୍ରାର୍ଥନା, ଭିଡିଓ ଦେଖନ୍ତୁ…

ଓ୍ୱାଶିଂଟନ: ଆମେରିକା ରାଷ୍ଚ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର। ଡୋନାଲଡ୍ ଟ୍ରମ୍ପ ଏବଂ ଜୋଏ ବାଉଡେନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ଭୋଟ ଗଣତି ଚାଲିଥିବା ବେଳେ ଜୋଏ ଟ୍ରମ୍ପଙ୍କଠାରୁ ଆଗୁଆ ଚାଲିଛନ୍ତି। ଜୋଏ ଦୃଢ଼ୋକ୍ତି ଦେଇଛନ୍ତି ଯେ, ସେ ନିଶ୍ଚିତ ଏହି ନିର୍ବାଚନ ଜିତିବେ।

ମ୍ୟାଜିକ୍ ନଂ 270 ନିଶ୍ଚୟ ହାସଲ କରିବେ ବୋଲି ଜୋଏ କହିଛନ୍ତି। ଅନ୍ୟପଟେ ଟ୍ରମ୍ପଙ୍କ ଆଧ୍ୟାତ୍ମିକ ପରାମର୍ଶଦାତା ପାଓଲା ହ୍ୱାଇଟଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଜିତାଇବା ଲାଗି ସେ ଅଜବ ଶୈଳୀରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ପାଓଲା କହୁଛନ୍ତି, ମୋତେ ବିଜୟୀ ହେବାର ସ୍ୱର ଶୁଭୁଛି, ପ୍ରଭୁ କହୁଛନ୍ତି ଏହା ହୋଇସାରିଛି। ମୋତେ ବିଜୟୀ, ବିଜୟୀ ଶୁଣାଯାଉଛି। ବର୍ତ୍ତମାନ ସ୍ୱର୍ଗରୁ ଦୂତଙ୍କୁ ପଠାଯାଉଛି ବୋଲି କହି ଲାଟିନ୍ ଭାଷାରେ ପାଓଲା ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି।

ତେବେ ଆଇପିଏସ ଅଫିସର ଅରୁଣ ବୋତ୍ରା ଏହି ଭିଡିଓଟିକୁ ଶେୟାର କରିଛନ୍ତି। ସେ ଲେଖିଛନ୍ତି, “ଆମେରିକା ପାଇଁ ଏବେ ପ୍ରକୃତରେ ମୁଁ ଚିନ୍ତିତ ହେଉଛି।” ଅରୁଣ ବୋଥ୍ରା ଭିଡିଓଟି ଶେୟାର କରିବା ପରେ ଅନେକ ଲୋକ ଏଥିରେ ପ୍ରତିକ୍ରିୟା ଦେଉଛନ୍ତି।

The post ଟ୍ରମ୍ପଙ୍କୁ ଜିତାଇବାକୁ ପାଓଲାଙ୍କ ଅଜବ ପ୍ରାର୍ଥନା, ଭିଡିଓ ଦେଖନ୍ତୁ… appeared first on Odisha Reporter.



from Odisha Reporter https://ift.tt/3n6HlSj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages