ସାବଧାନ ! ଅଦା ଚାହା ସାଜିପାରେ ଗର୍ଭପାତର କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 11, 2020

ସାବଧାନ ! ଅଦା ଚାହା ସାଜିପାରେ ଗର୍ଭପାତର କାରଣ

ରୋନାରୁ ରକ୍ଷା ପାଇବା ପାଇଁ ଏବଂ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଆପଣ ଚାହା ପିଇବା ସମୟରେ ଅଦାର ଅଧିକ ବ୍ୟବହାର କରୁଛନ୍ତି। ଅଦା ଚାହାର ସ୍ୱାଦକୁ ବଢ଼ାଇବା ସହ ଏଥିରେ ଥିବା ଔଷଧୀୟ ଗୁଣ ଶରୀରରୁ ଟକ୍ସିନ୍‌ ବାହାର କରିଥାଏ। ଏପରିକି ଶୀତଦିନେ ମଧ୍ୟ ଅଧିକାଂଶ ଲୋକ ଅଦା ଚାହା ପିଇବାକୁ ପସନ୍ଦ କରିଥା’ନ୍ତି। ତେବେ ଅଧିକ ଅଦା ଚାହା ପିଉଥିଲେ, ସାବଧାନ ରୁହନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ତା’ହେଲେ ଆସନ୍ତୁ ଜାଣିବା ଅଧିକ ଅଦାଚାହା ପିଇଲେ ଶରୀରକୁ କେଉଁସବୁ କ୍ଷତି ପହଞ୍ଚିଥାଏ।

୧. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଅଦା ପାକସ୍ଥଳୀରେ ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଫଳରେ ପେଟ ଜଳାପୋଡ଼ା କରିବା ସହ ଡାଇରିଆ ହେବାର ଆଶଙ୍କା ରହିଛି।

୨. ଜଣେ ଗର୍ଭବତୀ ପ୍ରତିଦିନ ଆବଶ୍ୟକତାରୁ ଅଧିକ ଅଦା ଖାଇଲେ, ଗର୍ଭପାତ ହେବାର ଆଶଙ୍କା ରହିଛି। ଏଥିପାଇଁ ଗର୍ଭବତୀ ମହିଳା ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଅଦା ଖାଆନ୍ତୁ।

୩. ଅଦାରେ ଥିବା କ୍ଷତିକାରକ ଜିଞ୍ଜୋରୋଲସ୍‌ ପେଟରେ ଅଧିକ ଏସିଡ୍‌ ତିଆରି କରିଥାଏ। ପେଟରେ ଅଧିକ ଏସିଡ୍‌ ତିଆରି ହେଲେ ଏହାକୁ ଏସିଡ୍‌ ରିଫ୍ଲେକ୍ସ ବୋଲି କୁହାଯାଏ। ଏଥିଯୋଗୁ ପେଟ ଜଳାପୋଡ଼ା କରିଥାଏ।

୪. ଅଦା ହାଇବ୍ଲଡ୍‌ ପ୍ରେସରକୁ କମ୍‌ କରିଥାଏ। ତେଣୁ ହାଇ ବ୍ଲଡ୍‌ ପ୍ରେସର ରୋଗୀ ଅଦା ଚାହା ପିଇଲେ ଭଲ। କିନ୍ତୁ ଯେଉଁମାନଙ୍କର ଲୋ ବ୍ଲଡ୍‌ ପ୍ରେସର ସମସ୍ୟା ରହିଛି। ସେମାନେ ଅଦା ଖାଇଲେ ମୁଣ୍ଡ ବୁଲାଇବା ଏବଂ ଦୁର୍ବଳ ଲାଗିବା ପରି ସମସ୍ୟା ଉପୁଜିପାରେ। ତେଣୁ ସେମାନେ ଅଦା ଖାଇବାଠାରୁ ଦୂରେଇ ରହିଲେ ଭଲ।

୫. ସେହିପରି ଯଦି ଆପଣ ଲମ୍ୱା ସମୟ ଧରି କେଶ ଉପୁଡ଼ିବା ଓ ଚନ୍ଦାପଣ ସମସ୍ୟାରେ ରହିଛନ୍ତି, ତେବେ ଅଦା ଚାହା ପିଅନ୍ତୁ ନାହିଁ। କାରଣ ଅଦାରେ ଥିବା ଜିଞ୍ଜୋରୋଲସ୍‌ କେଶକୁ ବୃଦ୍ଧି ହେବାକୁ ଦେଇନଥାଏ।

The post ସାବଧାନ ! ଅଦା ଚାହା ସାଜିପାରେ ଗର୍ଭପାତର କାରଣ appeared first on Odisha Reporter.



from Odisha Reporter https://ift.tt/2IusB0z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages