ଏମଟେକ୍ ପରେ ରାଜେଶ ପାଲଟିଲେ ଜଙ୍ଗଲ ବୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 5, 2020

ଏମଟେକ୍ ପରେ ରାଜେଶ ପାଲଟିଲେ ଜଙ୍ଗଲ ବୟ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଉଚ୍ଚଶିକ୍ଷିତ ହୋଇ ବି ଏବେ ପାଲଟିଛନ୍ତି ଜଙ୍ଗଲ ବଏ । ଦିନ ଦିନ ଧରି ଜଙ୍ଗଲରେ ଘୁରି ବୁଲିବା ସହ  ପଶୁ, ପକ୍ଷୀଙ୍କ ଗହଳିରେ ସମୟ କାଟୁଛନ୍ତି ରାଜେଶ ମଣ୍ଡଳ ନାମକ ଯୁବକ। ଏମିତି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି-୭୯ ଅଞ୍ଚଳରେ ।

ଏମଭି-୭୯ ଗାଁର ରବୀନ୍ଦ୍ର ମଣ୍ଡଳଙ୍କ ଏକମାତ୍ର ପୁଅ ରାଜେଶ ଭୋପାଲ ଏନଆଇଟିରୁ ଏମ୍‌ଟେକରେ ଉତ୍ତୀର୍ଣ୍ଣ ହୋଇ ସାରିଛନ୍ତି। ଏମଟେକ୍ ସରିଲା ପରେ ଚାକିରି ପଛରେ ନ ଧାଇଁ ଅନ୍ୟ ପାଇଁ କିଛି କରିବା ଆଶାରେ ପାଲଟିଗଲେ ପ୍ରକୃତି ମଣିଷ । ଆଖପାଖ ଅଞ୍ଚଳରେ ତାଙ୍କୁ ମିଳିଛି  ‘ଜଙ୍ଗଲ ବଏ’ର ଆଖ୍ୟା । ଏକ ଚ୍ୟାନଲର ଲୋକପ୍ରିୟ ପ୍ରୋଗ୍ରାମରେ ଅନୁପ୍ରେରିତ ହୋଇ ଜଙ୍ଗଲରେ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ବଞ୍ଚିରହିବାର ଜ୍ଞାନକୌଶଳ ଶିଖିବା ସହ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି ରାଜେଶ ।

ଜଙ୍ଗଲି ଜନ୍ତୁଙ୍କୁ ନେଇ ଅଧିକ ଗବେଷଣା କରିବା ନିଶା ଘାରିଥିବା ରାଜେଶ  ଭୋକ ଲାଗିଲେ ଜଙ୍ଗଲି ଖାଦ୍ୟ ପ୍ରସ୍ତୁତ କରି ଖାଉଛନ୍ତି। ପ୍ରତିଦିନ  ବିଭିନ୍ନ ଜୀବଜନ୍ତଙ୍କୁ ସାମ୍ନା କରିବା ସହ ସେମାନଙ୍କୁ ମୁକାବିଲା କରିବାର କୌଶଳ ଶିଖୁଛନ୍ତି। କିଛି ଦୃଶ୍ୟକୁ ସୁଟିଂ କରି ୟୁଟୁବରେ ମଧ୍ୟ ଅପଲୋଡ କରୁଛନ୍ତି । ପ୍ରଥମେ ପରିବାର ଲୋକେ ପୁଅର ଏଭଳି  କାର୍ଯ୍ୟ ପ୍ରତି ଅରାଜି ଥିଲେ। ହେଲେ ପରେ ପୁଅର ଇଚ୍ଛା ଆଗରେ ଏଥିପ୍ରତି ସମ୍ମତ ପ୍ରକାଶ କରିଥିଲେ ।

ଛୋଟ ବେଳୁ ଜଙ୍ଗଲ ଓ ଜଙ୍ଗଲି ଜୀବଜନ୍ତୁଙ୍କ ପ୍ରତି ଅହେତୁକ ଆକର୍ଷଣ ଥିଲା। ହେଲେ ପରିବାର ଲୋକଙ୍କୁ ରାଜି କରାଇ ଏହି  ପଥକୁ ଆସିବାକୁ ଦୀର୍ଘ ଦିନ ଲାଗିଗଲା ବୋଲି କହିଛନ୍ତି ରାଜେଶ। ଜଙ୍ଗଲି ଜୀବଜନ୍ତୁଙ୍କୁ କିପରି ସାମନା କରିହେବ ସେ ନେଇ ସାଧାରଣ ଲୋକଙ୍କୁ ଅବଗତ କରାଇବାକୁ ପ୍ରୟାସ ଜାରି ରଖିଥିବା କହିଛନ୍ତି ରାଜେଶ।

ନିଜ ସୁଖସୁବିଧାକୁ ସମସ୍ତେ ଦେଖୁଥିବା ବେଳେ ସମାଜ ପାଇଁ କିଛି କରିବାକୁ ପୁଅ ପ୍ରୟାସ କରୁଥିବା କହିଛନ୍ତି ରାଜେଶଙ୍କ ମା’। ଅପରପକ୍ଷେ, ରାଜେଶଙ୍କ ବାପା କହିଛନ୍ତି, ପୁଅର ଏପରି ନିଷ୍ପତ୍ତିକୁ ପ୍ରଥମେ ବିରୋଧ କରୁଥିଲୁ। ହେଲେ ତା’ ଜିଦ୍‌ ଆଗରେ ଆମେ ହାର ମାନିଲୁ। ଖୁବ୍‌ କମ୍‌ ଦିନରେ ସେ ଯେଉଁ ପରିଚୟ ହାସଲ କରି ସାରିଲାଣି, ସେଥିନିମନ୍ତେ ଆମେ ଖୁବ୍‌ ଗର୍ବିତ ବୋଲି ସେ କହିଛନ୍ତି।

The post ଏମଟେକ୍ ପରେ ରାଜେଶ ପାଲଟିଲେ ଜଙ୍ଗଲ ବୟ appeared first on Odisha Reporter.



from Odisha Reporter https://ift.tt/2GyHHkX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages