ୱାଶିଂଟନ: ଆମେରିକାରେ ପୁଣିଥରେ ଡୋନାଲ୍ଟ ଟ୍ରମ୍ପ ରାଷ୍ଟ୍ରପତି ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଭୋଟ ଗଣତି ଯେତିକି ଆଗକୁ ବଢ଼ୁଛି ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନ ହ୍ୱାଇଟ ହାଉସ ଅଭିମୁଖେ ସେତିକି ନିକଟତର ହେଉଛନ୍ତି। ଏସବୁ ଭିତରେ ଟ୍ରମ୍ପ ହାର ମାନିବାକୁ ପ୍ରସ୍ତୁତ ନାହାନ୍ତି।
ସେ ବାରମ୍ବାର ଟ୍ୱିଟ କରି ଭୋଟ ଗଣତିରେ ହେରଫେର କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି। ତେବେ ଆଜି ସେ ହ୍ୱାଇଟ ହାଉସରୁ ସାମ୍ବାଦିକ ସମ୍ମଳନୀ କରିବା ବେଳେ ପୁଣି ନିର୍ବାଚନରେ ଅନିୟମିତତା ହୋଇଥିବା କହି ବିନା ପ୍ରମାଣରେ ଭାଷଣ ଦେବାରୁ ଆମେରିକାର ଟିଭି ଚ୍ୟାନେଲ ଗୁଡ଼ିକ ବଡ଼ ପଦକ୍ଷେପ ନେଇଛନ୍ତି। ଟ୍ରମ୍ପ ବାରମ୍ବାର ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରୁଥିବାରୁ ସେମାନେ ଟ୍ରମ୍ପଙ୍କ ଲାଇଭ ପ୍ରସାରଣକୁ ଅଧାରୁ ବନ୍ଦ କରି ଦେଇଛନ୍ତି।
ଆଜି ଭାଷଣ ଦେବା ବେଳେ ଟ୍ରମ୍ପ ଦୀର୍ଘ ୧୭ ମିନିଟ୍ କାଳ କେବଳ ଭୋଟ ଗଣତିରେ ହେରଫେର କଥା କହିବା ସହ ଜୋ ବାଇଡେନଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଡେମୋକ୍ରାଟ ବେଆଇନ ଭୋଟ ବ୍ୟବହାର କରି ଆମ ଠାରୁ ନିର୍ବାଚନ ଚୋରାଇ ନେବାକୁ ବସିଛି।
ସେମାନେ ସବୁ ପ୍ରକାରର ଅର୍ଥ ବଳ ବ୍ୟବହାର କରି ଆମେରିକାବାସୀଙ୍କ ଧୋକ୍କା ଦେଇଛନ୍ତି। ଯଦି ଆଇନ ସମତଃ ଭୋଟ ଗଣତି ହେବ, ତା’ହେଲେ ଆମେ ନିଶ୍ଚିତ ଜିତିବୁ। ସେ ଏତିକି କଥା କହିଥିବା ବେଳେ ହଠାତ୍ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କର ଲାଇଭ ଭାଷଣକୁ ବନ୍ଦ କରିଦେଇଥିଲେ। ସେ ବିନା କୌଣସି ପ୍ରମାଣରେ ଏଭଳି କଥା କହୁଥିବାରୁ ଟିଭି ଚ୍ୟାନେଲ ଗୁଡ଼ିକ ଏଭଳି ପଦକ୍ଷେପ ନେଇଛନ୍ତି।
ଏମଏସଏନବିସିର ଆଙ୍କର ଲାଇଭ ଟିଭି ଚ୍ୟାନେଲରେ କହିଛନ୍ତି, ଏବେ ଆମେ ପୁଣି ଏକ ଅପ୍ରୀତିକର ପରିସ୍ଥିତିରେ ପଡ଼ିଛୁ। ଏଠାରେ ଆମେ ଆମେରିକା ରାଷ୍ଟ୍ରପତିଙ୍କ ଭାଷଣକୁ ଅଧାରୁ ବନ୍ଦ କରି କୌଣସି ବିବାଦ ସୃଷ୍ଟି କରୁନାହୁଁ। କେବଳ ଆମେରିକା ରାଷ୍ଟ୍ରପତିଙ୍କ ଭୁଲକୁ ସୁଧାରିବାକୁ ଚାହୁଁଛୁ। ଏନବିସି ଓ ଏବିସି ଚ୍ୟାନେଲ ମଧ୍ୟ ଅଧାରୁ ଟ୍ରମ୍ପଙ୍କ ଭାଷଣ ବନ୍ଦ କରିଦେଇଥିଲେ।
ସିଏନଏନ ଜ୍ୟାକ ଟାପ୍ପେର କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଏଭଳି କଥା ଦେଶବାସୀଙ୍କୁ କହିବା ଏକ ଦୁଃଖର ବିଷୟ। ସେ ମିଛ କହି କିଛି ଲୋକଙ୍କ ବିରୋଧରେ ନିର୍ବାଚନ ଚୋରିର ଅଭିଯୋଗ ଆଣୁଛନ୍ତି। ହେଲେ ତାଙ୍କ ପାଖରେ ଏ ସମ୍ପର୍କରେ କିଛି ବି ପ୍ରମାଣ ନାହିଁ।
The post ଟ୍ରମ୍ପଙ୍କ ଲାଇଭ ଭାଷଣକୁ ଅଧାରୁ ବନ୍ଦ କଲେ ଟିଭି ଚ୍ୟାନେଲ appeared first on Odisha Reporter.
from Odisha Reporter https://ift.tt/2Id6FXH
No comments:
Post a Comment