ଦୀପାବଳି ୨୦୨୦: ୪୯୯ ବର୍ଷ ପରେ ଆସୁଛି ଏଭଳି ଶୁଭ ସଂଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ଦୀପାବଳି ୨୦୨୦: ୪୯୯ ବର୍ଷ ପରେ ଆସୁଛି ଏଭଳି ଶୁଭ ସଂଯୋଗ

ଏଥର ନଭେମ୍ବର ୧୪ ଶନିବାର ଦିନ ଦୀପାବଳି ପାଳନ କରାଯିବ। କରୋନା ସଙ୍କଟ ଭିତରେ ବି ଦୀପାବଳି ଆପଣଙ୍କ ପାଇଁ ଆଣିଦେବ ସୁଖ, ସମୃଦ୍ଧି ଓ ଶାନ୍ତିର ସମାହାର। କୁହାଯାଉଛି ଏଥର ଦୀପାବଳିର ଶୁଭ ଅବସରରେ ଗ୍ରହ ନକ୍ଷତ୍ରର ଅଦ୍ଭୁଦ ସଂଯୋଗ ଘଟିବ। ଧନ ଓ ଜ୍ଞାନର ଗ୍ରହ ବୃହସ୍ପତି ନିଜ ସ୍ୱରାଶି ଧନୁ ଏବଂ ଶନି ନିଜର ସ୍ୱରାଶି ମକରରେ ଅବସ୍ଥାନ କରିବେ। ଆଉ କନ୍ୟା ରାଶିରେ ଶୁକ୍ର ରହିବେ। ଜ୍ୟୋତିର୍ବିଦମାନଙ୍କ ଅନୁସାରେ, ୪୯୯ ବର୍ଷ ପରେ ଏଥର ଦୀପାବଳୀରେ ଏଭଳି ସଂଯୋଗ ଦେଖିବାକୁ ମିଳିବ। ଏହା ପୂର୍ବରୁ ୧୫୨୧ରେ ଏଭଳି ଗ୍ରହ ସ୍ଥିତି ଦେଖିବାକୁ ମିଳିଥିଲା।

ଏ ବର୍ଷ ଆଉ ଏକ ବଡ଼ ସଂଯୋଗ ହେଲେ ଏଥର ଦୀପାବଳି ଏବଂ ନରକ ଚତୁର୍ଦ୍ଦଶୀ ଗୋଟିଏ ଦିନରେ ପଡ଼ୁଛି। ନରକ ଚତୁର୍ଦ୍ଦଶୀକୁ ଛୋଟ ଦୀପାବଳି ମଧ୍ୟ କୁହାଯାଏ। ଏହି ଦିନ ସକାଳୁ ସକାଳୁ ସ୍ନାନାଦି କାର୍ଯ୍ୟ ସାରି ଯମ ତର୍ପଣ ଏବଂ ସନ୍ଧ୍ୟା ସମୟରେ ଅଗଣରେ ଦୀପ ଜଳାଇବା ଏବଂ ଦାନ କରିବାର ମହତ୍ୱ ଢେର୍ ଅଧିକ।

ତେବେ ନରକ ଚତୁର୍ଦ୍ଦଶୀରେ ସ୍ନାନ କରିବାର ଶୁଭ ମୁହୂର୍ତ୍ତ ହେଉଛି ସକାଳ ୫.୨୩ରୁ ୬.୪୩। ସମାନ ଦିନରେ ଦୀପାବଳି ମଧ୍ୟ ପାଳନ କରାଯିବ। ତେବେ ଚତୁର୍ଦ୍ଦଶୀ ଦ୍ୱିପହର ୧ଟା ୧୬ ମିନିଟ୍ ପର୍ଯ୍ୟନ୍ତ ଅଛି। ଏହାପରେ ଅମାବାସ୍ୟା ତିଥି ଆରମ୍ଭ ହୋଇଯିବ, ଯାହା ୧୫ ନଭେମ୍ବର ସକାଳ ୧୦.୦୦ ପର୍ଯ୍ୟନ୍ତ ରହିବ। ଏହି ସମୟ ଭିତରେ ଦୀପାବଳି ପାଳନ କରାଯିବ।

ଜ୍ୟୋତିର୍ବିଦମାନଙ୍କ ଅନୁସାରେ ନଭେମ୍ବର ୧୧ରୁ ୧୪ ପର୍ଯ୍ୟନ୍ତ ସର୍ବାର୍ଥ ସିଦ୍ଧି ଯୋଗ ରହିଛି। ଦୀପାବଳି, ଧନ୍ ତେରସ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟରେ କିଣାକିଣି କରିବା ସବୁଠାରୁ ଶୁଭ। ବିଶେଷକରି ଆପଣ ଯଦି ବାହନ କିଣୁଛନ୍ତି ବା ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତା’ହେଲେ ଏହା ହେଉଛି ଉପଯୁକ୍ତ ସମୟ।

ଜ୍ଞାନର ଗ୍ରହ ବୃହସ୍ପତି ଏବଂ ଶନିଙ୍କୁ ଧନ ସମ୍ପତ୍ତିର କାରକ ବୋଲି କୁହାଯାଏ। ଦୀପାବଳିରେ ଗୁରୁ-ଶନି ସ୍ୱରାଶିରେ ରହିବା ଫଳରେ ଲୋକଙ୍କ ଭାଗ୍ୟ ଚମକିପାରେ। ଏହି ଯୋଗ ଆପଣଙ୍କ ପାଇଁ ଅନେକ ଶୁଭ ସଂକେତ ନେଇ ଆସିବ। ଜ୍ୟୋତିର୍ବିଦମାନଙ୍କ ଅନୁସାରେ ବୃଷଭ, କର୍କଟ, ତୁଳା ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସମୟ ଖୁବ୍ ଶୁଭ ଫଳ ଦେବ। ତେବେ ମିଥୁନ, ସିଂହ ଏବଂ କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଟିକେ ସତର୍କ ରହିବା ଆବଶ୍ୟକ।

ଦୀପାବଳି ଦିନ ହନୁମାନ, ଯମରାଜ, ଚିତ୍ରଗୁପ୍ତ, କୁବେର, ଭୈରବ, କୂଳଦେବତା ଏବଂ ପିତୃପୁରୁଷଙ୍କ ପୂଜାର୍ଚ୍ଚନା କରିବାକୁ ଜମା ଭୁଲନ୍ତୁ ନାହିଁ। ମାଆ ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କର ମଧ୍ୟ ପୂଜା କରନ୍ତୁ। ପୂଜା କରୁଥିବା ସମୟରେ ଶ୍ରୀ ସୁକ୍ତ ପାଠ କରନ୍ତୁ। ଏହାସହ ନିଜ ସକ୍ଷମ ଅନୁସାରେ ବିଷ୍ଣୁସହସ୍ରନାମ, ଗୋପାଳ ସହସ୍ରନାମ ମଧ୍ୟ ପାଠ କରିପାରିବେ। ଏଥର ଦୀପାବଳି ଆପଣଙ୍କ ସବୁ ଦୁଃଖ, ଯନ୍ତ୍ରଣା ଓ କଷ୍ଟ ଦୂର କରୁ।

 

ଏଥର ଦୀପାବଳିରେ ଘରେ ବନାନ୍ତୁ କାଜୁ ବର୍ଫି

The post ଦୀପାବଳି ୨୦୨୦: ୪୯୯ ବର୍ଷ ପରେ ଆସୁଛି ଏଭଳି ଶୁଭ ସଂଯୋଗ appeared first on Odisha Reporter.



from Odisha Reporter https://ift.tt/2U5l7Ub

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages