କେଉଁଠି ହେବ ଆଇପିଏଲର ପରବର୍ତ୍ତୀ ସଂସ୍କରଣ, ସୂଚନା ଦେଲେ ଗାଙ୍ଗୁଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

କେଉଁଠି ହେବ ଆଇପିଏଲର ପରବର୍ତ୍ତୀ ସଂସ୍କରଣ, ସୂଚନା ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଚଳିତ ବର୍ଷ ଆଇପିଏଲର ଆୟୋଜନ ୟୁଏଇରେ ହେଉଛି। ଚଳିତ ବର୍ଷ ଆଇପିଏଲ୍ ମାର୍ଚ୍ଚ ୨୯ ତାରିଖରେ ହେବା ପାଇଁ ସ୍ଥିର ହୋଇଥିଲା, କିନ୍ତୁ କୋଭିଡ୍-୧୯ କାରଣରୁ ଲାଗୁ ହୋଇଥିବା ଲକଡାଉନ୍ ପରେ ଏହାକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ଏବେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ୱାର୍ଲ୍ଡ କପ୍ ସ୍ଥଗିତ ହେବା ପରେ ବିସିସିଆଇ ଏହି ରଙ୍ଗାରଙ୍ଗ ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ ଆୟୋଜନ କରାଇବାକୁ ନିଷ୍ପତ୍ତି ନେଇଥିଲା।

ତେବେ ଏହି ମହାମାରୀର ପ୍ରକୋପକୁ ଆଖି ଆଗରେ ରଖି କୁହାଯାଉଛି ଯେ ଆସନ୍ତାବର୍ଷର ଆଇପିଏଲ୍ ମଧ୍ୟ ୟୁଏଇରେ ହେବ, କିନ୍ତୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପରବର୍ତ୍ତୀ ସଂସ୍କରଣ ଭାରତରେ ହେବା ପାଇଁ ଆଶାବାଦୀ ଅଛନ୍ତି। ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ଆଶା କରୁଛୁ ଆସନ୍ତାବର୍ଷ ଆଇପିଏଲ୍ ପୂର୍ବରୁ ଭ୍ୟାକସିନ୍ ଆସିଯାଇଥିବ। ଯଦି ଭ୍ୟାକସିନ୍ ଆସିଥିବ, ତାହେଲେ ଭାରତରେ ଆଇପିଏଲ୍ ନିଶ୍ଚୟ ହେବ। ଯଦି ଭାରତରେ ଆଇପିଏଲ୍ ନହୁଏ, ତାହେଲ ବ୍ୟାକଅପ୍ ବିକଳ୍ପ ଭାବେ ଟୁର୍ଣ୍ଣାମେଣ୍ଟ ୟୁଏଇରେ ହେବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଆଇପିଏଲ୍ ୟୁଏଇର ତିନୋଟି ଭେନ୍ୟୁ ଯଥା ଦୁବାଇ, ଆବୁ ଧାବି ଓ ଶାରଜାରେ ଖେଳାଯାଉଛି। ଭାରତ ତୁଳନାରେ ଏଠାକାର ପିଚ୍ ସମ୍ପୂର୍ଣ୍ଣ ଭିନ୍ନ। ବିଶେଷକରି ପିଚରେ କାକର ଅଧିକ ପ୍ରଭାବ ପକାଉଛି। ଆଇପିଏଲ୍ ଏବେ ତା’ର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲେଅଫ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଟିମ୍ କ୍ୱାଲିଫାଏ କରିଛନ୍ତି।

The post କେଉଁଠି ହେବ ଆଇପିଏଲର ପରବର୍ତ୍ତୀ ସଂସ୍କରଣ, ସୂଚନା ଦେଲେ ଗାଙ୍ଗୁଲି appeared first on Odisha Reporter.



from Odisha Reporter https://ift.tt/2TUtf9N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages