ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗତ ଲକ୍ଡାଉନ୍, ଶଟଡାଉନ୍ ସମୟରେ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିଲେ ଅଲୋଡ଼ା ଶିଶୁ କନ୍ୟା। ନିଜ ଲୋକ ପର କରିଦେବା ପରେ ସେମାନଙ୍କୁ ଆଣି ଆଶ୍ରୟ ଦେଇଥିଲା ଗଜପତି ଜିଲ୍ଲା ପ୍ରଶାସନ। ଇତି ମଧ୍ୟରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପଶ୍ଚିମବଙ୍ଗର ୨ ଦମ୍ପତି ଓ ଜଣଙ୍କୁ ସୁଦୂର ଇଟାଲିର ଏକ ଦମ୍ପତି ପୋଷ୍ୟ ଭାବେ ଗ୍ରହଣ କରି ନେଇଛନ୍ତି। ବିଦେଶ ଦମ୍ପତି ପ୍ରଥମ ଥର ପାଇଁ ଜିଲ୍ଲାର ଜଣେ ଶିଶୁକୁ କୋଳେଇ ନେଇଥିବାରୁ ଜିଲ୍ଲାବାସୀ ବେଶ୍ ଖୁସି ଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଗତ ଲକଡାଉନ୍ ଏବଂ ଶଟଡାଉନ୍ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପରିତ୍ୟକ୍ତ ଶିଶୁଙ୍କୁ ଆଣି ଜିଲ୍ଲା ପ୍ରଶାସନ ପୋଷ୍ୟ ଗ୍ରହଣ କେନ୍ଦ୍ରରେ ସୁରକ୍ଷିତ ଭାବେ ରଖିଥିଲା। ଏହାପରେ ସେମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟଲରେ ଅପଲୋଡ କରାଯାଇଥିଲା। ପରବର୍ତ୍ତି ସମୟରେ ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତି ଆଇନତଃ ମୁକ୍ତ ଘୋଷଣା କରିଥିଲେ।
ଏହାପରେ ଆଇନ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ କିଛି ଦମ୍ପତି ଅନ୍ ଲାଇନ୍ରେ ଆବେଦନ କରିଥିଲେ। ଆଇନ ଅନୁଯାୟୀ ସମସ୍ତ ଯାଞ୍ଚ ପରେ ଗତକାଲି ଜିଲ୍ଲାର ଏକ ମାତ୍ର ପୋଷ୍ୟ ଗ୍ରହଣ କେନ୍ଦ୍ର ନିଶାନ ଅନୁଷ୍ଠାନର ୩ କନ୍ୟାରତ୍ନଙ୍କୁ ପୂର୍ବ ଆବେଦନ କରିଥିବା ଦମ୍ପତିଙ୍କୁ ଜିଲ୍ଲାପାଳ ଅନୁପମ ସାହା ଗତକାଲି ହସ୍ତାନ୍ତର କରିଥିଲେ। ସେଥି ମଧ୍ୟରୁ ଦୁଇ ଶିଶୁଙ୍କୁ ପଶ୍ଚିମବଙ୍ଗର ଦୁଇ ଦମ୍ପତି ନେଇଥିବା ବେଳେ ଅନ୍ୟ ଶିଶୁଟିକୁ ସୁଦୂର ଇଟାଲୀର ଗୋଟିଏ ଦମ୍ପତି ପୋଷ୍ୟ ଭାବେ ଗ୍ରହଣ ଗ୍ରହଣ କରିଛନ୍ତି।
କନ୍ୟାଟିକୁ ପାଇ ସୁଦୂର ଇଟାଲୀରୁ ଆସିଥିବା ଦମ୍ପତି ବେଶ୍ ଖୁସି ହୋଇଥିବା ବେଳେ ଜିଲ୍ଲା ପାଇଁ ବି ଏହା ଗର୍ବର ବିଷୟ । କାରଣ ଗଜପତି ଜିଲ୍ଲାରୁ ପ୍ରଥମ ଥର ପାଇଁ ଏକ ଶିଶୁକୁ ବିଦେଶୀ ଦମ୍ପତିଙ୍କୁ ପୋଷ୍ୟ ଭାବେ ହସ୍ତାନ୍ତର କରାଯାଇଥିବା ଗଜପତି ଜିଲ୍ଲାପାଳ କହିଛନ୍ତି।
The post ଉଦ୍ଧାର ଶିଶୁ କନ୍ୟାକୁ କୋଳେଇ ନେଲେ ଇଟାଲିୟ ଦମ୍ପତି appeared first on Odisha Reporter.
from Odisha Reporter https://ift.tt/3pouSuR
No comments:
Post a Comment