ଆମିଷ, ପନିପରିବା ହେଲା ମହଙ୍ଗା; ୨୦୧୪ର ରେକର୍ଡକୁ ଟପିବ ଆଶଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 12, 2020

ଆମିଷ, ପନିପରିବା ହେଲା ମହଙ୍ଗା; ୨୦୧୪ର ରେକର୍ଡକୁ ଟପିବ ଆଶଙ୍କା

ନୂଆଦିଲ୍ଲୀ: ଦେଶରେ ବେରୋଜଗାର ଚରମ ସ୍ଥିତିରେ ଥିବା ବେଳେ ଖାଦ୍ୟ ସାମଗ୍ରୀର ଦରଦାମ ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି। ଅଣ଼୍ଡା, ପନିପରିବା ଆଦି ଖାଦ୍ୟ ସାମଗ୍ରୀର ଦରଦାମ ମହଙ୍ଗା ହୋଇଛି। ସ୍ଥିତି ଏମିତି ଯେ ଗତ ସାଢ଼େ ଛଅ ବର୍ଷ ତଳେ ଅକ୍ଟୋବର ମାସର ଥିବା ଦରଦାମ  ସହିତ ସମାନ ହୋଇଛି। ଏବେ ମୁଦ୍ରାସ୍ପୀତି ୭.୬୧ ପ୍ରତିଶତ ରହିଛି। ମେ ୨୦୧୪ରେ ଖୁଚୁରା ମୁଦ୍ରାସ୍ଫୀତି ୮.୩୩ ପ୍ରତିଶତ ଥିଲା। ଯାହାକି ଏଯାବତ ସର୍ବାଧିକ ରହିଛି। ଯଦି ଆବଶ୍ୟକ ପଦକ୍ଷେପ ନିଆ ନଯାଏ ତାହେଲେ ଆଗାମୀ କିଛି ମାସ ମଧ୍ୟରେ ୨୦୧୪ର ରେକର୍ଡ ଭାଙ୍ଗିବ ବୋଲି ଆକଳନ କରାଯାଉଛି।

ସରକାରଙ୍କ ଦ୍ୱାରା ପ୍ରକାଶିତ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ)ର ରିପୋର୍ଟରୁ ଏହା ଜଣାପଡ଼ିଛି। ସେପ୍ଟେମ୍ବର ୨୦୨୦ରେ ପ୍ରକାଶ ପାଇଥିବା ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ଅନୁଯାୟୀ ଦର ୭.୨୭ ପ୍ରତିଶତ ଥିଲା। ତେବେ ଅକ୍ଟୋବର ୨୦୧୯ରେ ମୁଦ୍ରାସ୍ପୀତି ହାର ୪.୬୨ ପ୍ରତିଶତ ଥିଲା। କ୍ରମାଗତ ଦ୍ୱିତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ସାତ ପ୍ରତିଶତରୁ ଅଧିକ ହୋଇଛି।

ମୁଦ୍ରାସ୍ଫୀତିର ବୃଦ୍ଧି ମୁଖ୍ୟତଃ ଖାଦ୍ୟ ସାମଗ୍ରୀର ଦାମ ବୃଦ୍ଧି ପାଇଁ ହୋଇଥାଏ। ଗ୍ରାହକ ଖାଦ୍ୟ ମୂଲ୍ୟ ସୂଚକାଙ୍କ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବରରେ ଅଭିବୃଦ୍ଧି ୧୦.୬୮ ପ୍ରତିଶତ ଥିଲା ହେଲେ ଅକ୍ଟୋବରରେ ଏହା ୧୧.୦୭ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ଗତବର୍ଷ ଅକ୍ଟୋବରରେ ଏହା ୪.୬୨ ପ୍ରତିଶତ ଥିଲା। ସେହିପରି ବର୍ଷକ ମଧ୍ୟରେ ପନିପରିବା ଦର ୨୨.୫୧ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମଣିଷର ଶାରୀରିକ ବିକାଶ ପାଇଁ ପ୍ରୋଟିନର ଆବଶ୍ୟକ ହୋଇଛି। ପ୍ରୋଟିନର ମୂଳ ଉତ୍ସ ମାଛ, ମାଂସ ଭଳି ଖାଦ୍ୟ ସାମଗ୍ରୀରେ ରହିଛି। ଅକ୍ଟୋବର ମାସର ମୁଦ୍ରାସ୍ଫୀତି ରିପୋର୍ଟ ଅନୁଯାୟୀ ଏହାର ଦରଦାମ ୧୮.୭୦ ପ୍ରତିଶତ ବୃଦ୍ଧି ପାଇଛି। ଯେଉଁଥିରେ ଅଣ୍ଡାର ଦାମ ୨୨.୮୧ ପ୍ରତିଶତ ଅଧିକ ହୋଇଛି। ମାସେ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବରରେ ମୁଦ୍ରାସ୍ପୀତି ୧୭.୬୦ ପ୍ରତିଶତ ଥିବା ବେଳେ ଅଣ୍ଡାର ଦାମ ୧୫.୪୭ ପ୍ରତିଶତ ବୃଦ୍ଧି ପାଇଥିଲା।

ସେହିଭଳି କ୍ଷୀର ଏବଂ ଦୁଗ୍ଧଜାତ ସାମଗ୍ରୀର ମୁଦ୍ରାସ୍ଫୀତି ମାସକ ପୂର୍ବରୁ ୫.୬୪ ପ୍ରତିଶତ ଥିବା ବେଳେ ଏବେ ୫.୨୦ ପ୍ରତିଶତକୁ ଖସି ଆସିଛି।

The post ଆମିଷ, ପନିପରିବା ହେଲା ମହଙ୍ଗା; ୨୦୧୪ର ରେକର୍ଡକୁ ଟପିବ ଆଶଙ୍କା appeared first on Odisha Reporter.



from Odisha Reporter https://ift.tt/35oUwHW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages