ପାଟଣା: ବିହାର ବିଧାନସଭା ନିର୍ବାଚନରେ ମହାମେଣ୍ଟ ବିଫଳ ହେବା ପଛରେ କଂଗ୍ରେସ ଦାୟୀ। କଂଗ୍ରେସର ବରିଷ୍ଠ ନେତା ତାରିକ ଅନଓ୍ୱର ପ୍ରତିକ୍ରିୟାରେ ଏଭଳି କହିଛନ୍ତି। କଂଗ୍ରେସ ମହାସଚିବ ଟ୍ୱିଟ୍ କରି କହିଛନ୍ତି, ମହାମେଣ୍ଟ ବିଫଳ ହେବା ପଛରେ କଂଗ୍ରେସକୁ ଆତ୍ମଚିନ୍ତନ କରିବା ଦରକାର। ନଚେତ କେଉଁଠି ଭୁଲ୍ ରହିଲା ତାହା ଖୋଜିବା ଦରକାର।
ବିହାର ବିଧାନସଭା ନିର୍ବାଚନରେ ଆରଜେଡି ୭୫ଟି ଆସନ ସହ ସର୍ବାଧିକ ଆସନରେ ବିଜୟୀ ହୋଇଛି। ଏହାପରେ ୭୪ଟି ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି। ତୃତୀୟରେ ୪୩ଟି ଆସନ ସହ ଜେଡିୟୁ ରହିଛି। କଂଗ୍ରେସ ୧୯ଟି ଆସନ, ସିପିଆଇଏମ୍ଏଲ୍ ୧୨ଟି, ଏଆଇଏମ୍ଇଆଇଆମ୍ ୫ଟି, ଭିଆଇପି ୪ଟି, ହାମ୍ ୪ଟି, ସିପିଆଇ ୨ଟି, ସପିଆଇଏମ୍ ୨ଟି, ବିଏସପି ୧ ଏଲଜେପି ଏବଂ ସ୍ୱାଧୀନ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।
हमें सच को स्वीकार करना चाहिए। कांग्रेस के कमज़ोर प्रदर्शन के कारण महागठबंधन की सरकार से बिहार महरूम रह गया।कांग्रेस को इस विषय पर आत्म चिंतन ज़रूर करना चाहिए कि उस से कहाँ चूक हुई ? MIM की बिहार में इंटरी शुभ संकेत नहीं है।
— Tariq Anwar (@itariqanwar) November 12, 2020
ତାରିକ ଆହୁରି କହିଛନ୍ତି ଯେ ବିହାରରେ ଏଆଇଏମ୍ଆଇଏମ୍ ୫ଟି ଆସନରେ ବିଜୟୀ ହେବା ଶୁଭ ସଙ୍କେତ ନୁହେଁ। ତାରିକ ଏଭଳି କହିବା ପଛର କାରଣ ଏଆଇଏମ୍ଆଇଏମ୍ ଯେଉଁ ସବୁ ଆସନରେ ବିଜୟୀ ହୋଇଛି ସେଠାରେ କଂଗ୍ରେସର ସ୍ଥିତି ଭଲ ଥିଲା। ହେଲେ ଏବେ ଏଆଇଏମ୍ଆଇଏମ୍ ଏହି ଆସନକୁ ଦଖଲ କରିଛି।
ସୂଚନାଯୋଗ୍ୟ, ଫଳାଫଳ ଅନୁଯାୟୀ ବିହାରରେ ଏନଡିଏକୁ ବହୁମତ ଦେଇଛନ୍ତି ଭୋଟର। ଅର୍ଥାତ୍ ପୁଣି ଥରେ କ୍ଷମତାକୁ ଫେରିଛି ଏନଡିଏ। ମୋଟ୍ ୨୪୩ ଆସନରୁ ଏନଡିଏ ୧୨୫ଟି ଆସନରେ ବିଜୟୀ ହୋଇଥିବା ବେଳେ ମହାମେଣ୍ଟ ୧୧୦ଟି ଆସନ ଏବଂ ଅନ୍ୟାନ୍ୟ ଦଳ ମିଶି ୮ଟି ଆସନରେ ବିଜୟୀ ହୋଇଛନ୍ତି।
The post ସ୍ୱୀକାର କଲେ କଂଗ୍ରେସ ନେତା, ବିହାର ମହାମେଣ୍ଟ ବିଫଳତା ପାଇଁ କଂଗ୍ରେସ ଦାୟୀ appeared first on Odisha Reporter.
from Odisha Reporter https://ift.tt/2H2na8E
No comments:
Post a Comment