‘ବିଗ୍ ବସ୍ ୧୪’ରେ ଏଣ୍ଟ୍ରି କରିବେ ମୋନାଲିସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

‘ବିଗ୍ ବସ୍ ୧୪’ରେ ଏଣ୍ଟ୍ରି କରିବେ ମୋନାଲିସା

ମୁମ୍ବାଇ: ‘ବିଗ୍ ବସ୍ ୧୪’ରେ ଗତ ୩ ଦିନ ହେବ ଲଗାତାର ଅତିଥି ଆସୁଛନ୍ତି। ଗତ ଦୁଇ ଦିନ ଧରି ଡିଜେ ନାଇଟ୍ ହେବାପରେ ଏବେ ପୁଣିଥରେ ଶୋ’କୁ ଆଉଜଣେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଶୋ’ର ଆରମ୍ଭରେ ଘରର ସଦସ୍ୟମାନେ ୩ ଜଣ ସିନିୟର(ସିଜିନ୍ ୩ର ବିଜେତା ଗୋହର ଖାନ୍, ସିଜିନ୍ ୧୧ ରନର୍ସଅପ୍ ହିନା ଖାନ୍ ଓ ସିଜିନ୍ ୧୩ ବିଜେତା ସିଦ୍ଧାର୍ଥ ଶୁଖ୍ଲା)ଙ୍କୁ ଭେଟିଥିଲେ। ବର୍ତ୍ତମାନ ଶୋ’କୁ ଏଣ୍ଟ୍ରି ନେବେ ‘ବିଗ୍ ବସ୍ ୧୦’ ପ୍ରତିଯୋଗୀ ମୋନାଲିସା। ତେବେ ଏହି ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ପ୍ରତିଯୋଗୀ ଭାବରେ ନୁହେଁ ବରଂ ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ଘରେ ପ୍ରବେଶ କରିବାକୁ ଯାଉଛନ୍ତି।

 

View this post on Instagram

 

A post shared by MONALISA (@aslimonalisa)

ମୋନାଲିସା ‘କଲର୍ସ’ର ନୂଆ ଶୋ’ ‘ନମକ ଇଶ୍କ କା’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହାର ପ୍ରମୋଶନ କରିବା ପାଇଁ ସେ ‘ବିଗ୍‌ ବସ୍‌’କୁ ଆସୁଛନ୍ତି।  ମୋନାଲିସା ତାଙ୍କ ପୂର୍ବ ଶୋ’ ‘ନଜର୍‌’ରେ ଡାହାଣୀ ମୋହନାଙ୍କ ଭୂମିକାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ତେବେ ଏହି ଶୋ’ରେ ମଧ୍ୟ ସେହିଭଳି ଚାର ଚାନ୍ଦ ଲଗାଇଦେବେ ବୋଲି ଆଶା କରାଯାଉଛି।

 

View this post on Instagram

 

A post shared by MONALISA (@aslimonalisa)

‘ବିଗ୍ ବସ୍ ୧୦’ରେ ମୋନାଲିସା ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ସେ ଶୋ’ରେ ବିକ୍ରାନ୍ତ ସିଂ ରାଜପୁତଙ୍କୁ ବିବାହ କରିଥିଲେ। ‘ବିଗ୍ ବସ୍’ ପରେ ମୋନାଲିସାଙ୍କୁ ଡ୍ୟାନ୍ସ ରିଅଲିଟି ଶୋ’ ‘ନଚ୍‌ ବଲିଏ ୮’ ଏବଂ ‘ନଜର୍‌’ରେ ଦେଖିବାକୁ ମିଳିଥିଲା। ସୋଶାଲ୍ ମିଡିଆରେ ମୋନାଲିସା ବହୁତ ସକ୍ରିୟ। ସେ ପ୍ରାୟ ସମୟରେ ନିଜର ଫଟୋ ଓ ଭିଡିଓ ସବୁ ଶେଆର୍‌ କରନ୍ତି। ଯେଉଁଥିରେ ତାଙ୍କର ୟୁନିକ୍ ଷ୍ଟାଇଲ୍‌କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି।

The post ‘ବିଗ୍ ବସ୍ ୧୪’ରେ ଏଣ୍ଟ୍ରି କରିବେ ମୋନାଲିସା appeared first on Odisha Reporter.



from Odisha Reporter https://ift.tt/2Uqgfcl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages