ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): କରୋନା ସମୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଏହାସତ୍ତ୍ୱେ ବିଭିନ୍ନ ସ୍ଥାନରେ ଚୋରାରେ ଚାଲିଛି ବାଣ ବିକ୍ରି ।
ଖବର ପାଇ ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡା ବଜାର ନିକଟସ୍ଥ ବାଣ ଗୋଦାମରେ ଚଢାଉ କରି ପୁଲିସ୍ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି। ବାଣ ଜବତ ସହ ଏହି ଘଟଣାରେ ଜଣକୁ ଗିରଫ କରିଛି ପୁଲିସ୍। ୩ଟି ଟାଟା ଏସି ଗାଡିରେ ଭର୍ତ୍ତି ହୋଇଥିବା ବାଣ ଜବତ ସହ ଗୋଦାମ ମାଲିକ ଅଶୋକ ପାତ୍ରଙ୍କୁ ଗିରଫ କରିଛି ପୁଲିସ୍।
କୌଣସି ସୂତ୍ରରୁ ଖବରପାଇ ବାଣପୁର ପୁଲିସ୍ ଗତକାଲି ରାତିରେ ପଦ୍ମପୁରସ୍ଥିତ ଅଶୋକ ପାତ୍ରଙ୍କ ଘର ସହ ଗୋଦାମରେ ଚଢାଉ କରିଥିଲା । କରୋନା ସମୟରେ ବାଣ ବିକ୍ରି ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି ।
The post ଲକ୍ଷାଧିକ ଟଙ୍କାର ବାଣ ଜବତ, ଜଣେ ଗିରଫ appeared first on Odisha Reporter.
from Odisha Reporter https://ift.tt/3lI5he4
No comments:
Post a Comment