ନକଲି ଅତିରିକ୍ତ ହୋମ୍ ସେକ୍ରେଟାରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 12, 2020

ନକଲି ଅତିରିକ୍ତ ହୋମ୍ ସେକ୍ରେଟାରୀ ଗିରଫ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କାହା ଆଗରେ ନିଜକୁ ଅତିରିକ୍ତ ହୋମ୍‌ ସେକ୍ରେଟାରୀ ଭାବେ ପରିଚୟ ଦେଉଥିଲେ ତ ଆଉ କାହା ଆଗରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଥିବା କହୁଥିଲେ। ସେହିଭଳି ଅନ୍ୟ କିଛି ଲୋକଙ୍କୁ କହିଥିଲେ ଯେ ସେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଅତିରିକ୍ତ କମିଶନର ଅଛନ୍ତି। ଏମିତି କହି ଚାକିରି କରାଇ ଦେବା ନାଁରେ ଓ ଅନ୍ୟାନ୍ୟ କାମ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ସେ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ। ତେବେ ଶେଷରେ ପୁଲିସ୍ ତାଙ୍କୁ ଗିରଫ କରିଛି। ତାଙ୍କ ନାଁ କାହ୍ନୁ ପ୍ରଧାନ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ପ୍ରଧାନସାହିରେ।

କାହ୍ନୁଙ୍କୁ ଗତକାଲି ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୁଲିସ୍ ଗିରଫ କରିଛି। ଚାନ୍ଦପୁର ଆଇଆଇସି ରଶ୍ମୀରଞ୍ଜନ ଦାଶ କହିଛନ୍ତି, ଏକ ଡବଲ୍ ମର୍ଡର ଘଟଣାର ତଦନ୍ତ କଲା ବେଳେ ଆମେ ଜାଣିବାକୁ ପାଇଲୁ ଯେ କାହ୍ନୁ ପ୍ରଧାନ ଟାଙ୍ଗି ଓ ଚାନ୍ଦପୁର ଅଞ୍ଚଳରୁ ବହୁ ଲୋକଙ୍କୁ ଠକି ଅର୍ଥ ଆଦାୟ କରିଛନ୍ତି। କେତେବେଳେ ହୋମ୍‌ ଡିପାର୍ଟମେଣ୍ଟର ଅଧିକାରୀ କହି ତ କେତେବେଳେ ହେଲ୍‌ଥ ଡିପାର୍ଟମେଣ୍ଟର ଅଧିକାରୀ କହି ଲୋକଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କା ନେଇଛନ୍ତି। ତାଙ୍କ ପାଖରୁ ବିଭିନ୍ନ ବିଭାଗର ଆଇକାର୍ଡ ମଧ୍ୟ ଜବତ କରାଯାଇଛି। ତଦନ୍ତ ଚାଲିଥିବା ବେଳେ ସେ ଲୁଚି ଯାଇଥିଲେ। କିନ୍ତୁ ଆମେ ତାଙ୍କୁ କାଲି ଗିରଫ କରିବାରେ ସଫଳ ହୋଇଥିଲୁ। ତାଙ୍କଠାରୁ ଏକ କ୍ରେଟା ଗାଡ଼ି ଜବତ କରାଯାଇଛି। ଏଥିରେ ସେ ହୋମ୍‌ ଡିପାର୍ଟମେଣ୍ଟର ଷ୍ଟିକର ଲଗାଇଥିଲେ।

The post ନକଲି ଅତିରିକ୍ତ ହୋମ୍ ସେକ୍ରେଟାରୀ ଗିରଫ appeared first on Odisha Reporter.



from Odisha Reporter https://ift.tt/2IAlq74

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages