ନାଳରୁ ମିଳିଲା ନିଖୋଜ ଶିଶୁ କନ୍ୟାର ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 12, 2020

ନାଳରୁ ମିଳିଲା ନିଖୋଜ ଶିଶୁ କନ୍ୟାର ମୃତଦେହ

କାମାକ୍ଷାନଗର: ଗତ କାଲିଠୁ ନିଖୋଜ ଜଣେ ୪ ବର୍ଷ ଶିଶୁ କନ୍ୟାର ମୃତଦେହ ଆଜି ସକାଳୁ ଏକ ନାଳରୁ ଉଦ୍ଧାର ହୋଇଛି। ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା  କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳରେ ଘଟିଛି। ଶିଶୁଟିର ମୃତଦେହରେ କ୍ଷତବିକ୍ଷତ ଚିହ୍ନ ଥିବାରୁ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା  ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ସମୟରେ ଶିଶୁ କନ୍ୟାଟି ଘର ପାଖରେ ଖେଳୁଥିଲା। ହେଲେ କିଛି ସମୟ ପରେ ପରିବାର ଲୋକେ ଖୋଜିବାରୁ ଆଉ ସନ୍ଧାନ ପାଇନଥିଲେ। ଏହାପରେ ରାତିରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଆଜି ସକାଳୁ ଶିଶୁଟିର ମୃତଦେହ ଘରଠୁ ଅଧ କି.ମି ଦୂର ଏକ ନାଳରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବେ ବୋଲି ସୂଚନା ମିଳିଛି। ଅପରପକ୍ଷେ ଶିଶୁଟିର ଶରୀରରେ କ୍ଷତ ଚିହ୍ନ ଥିବାରୁ କିପରି ପରିସ୍ଥିତିରେ ଓ କାହିଁକି ଶିଶୁଟିକୁ ହତ୍ୟା କରାଗଲା ତାକୁ ନେଇ ନାନା ସନ୍ଦେ ସୃଷ୍ଟି ହୋଇଛି।

The post ନାଳରୁ ମିଳିଲା ନିଖୋଜ ଶିଶୁ କନ୍ୟାର ମୃତଦେହ appeared first on Odisha Reporter.



from Odisha Reporter https://ift.tt/3eTmK0C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages