୨ ମାସରେ ସରିବ ସ୍ୱଦେଶୀ କରୋନା ଟିକାର ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 22, 2020

୨ ମାସରେ ସରିବ ସ୍ୱଦେଶୀ କରୋନା ଟିକାର ପରୀକ୍ଷା

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା କରୋନା ଟିକାର ମାନବ ପରୀକ୍ଷଣ ଆସନ୍ତା ମାସେ କିମ୍ବା ୨ ମାସରେ ଶେଷ ହେବ। ଏହାପରେ ଭାରତକୁ ପ୍ରଥମ ସ୍ୱଦେଶୀ କରୋନା ଟିକା ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।

ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଓ ଆଇସିଏମଆର ମିଳିତ ଭାବେ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚଳିତ ମାସରୁ ଆରମ୍ଭ ହୋଇଛି। ଏଥିରେ ପ୍ରାୟ ୨୬ ହଜାର ଲୋକ ସାମିଲ ହୋଇଛନ୍ତି। ଆସନ୍ତା ମାସେରୁ ୨ ମାସ ମଧ୍ୟରେ ପରୀକ୍ଷଣ ଶେଷ ହେବା ସହ ରେଜଲ୍ଟ ଆସିଯିବ ବୋଲି ଆଶା କରାଯାଉଛି।

ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, କୋଭାକ୍ସିନ ହେଉଛି ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ଭାବ୍ୟ କରୋନା ଟିକା। ଆମେ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ଟିକାର ଉତ୍ପାଦନ ଦିଗରେ ଆଗେଇ ଚାଲିଛୁ। ଆସନ୍ତା ମାସେରୁ ୨ ମାସ ମଧ୍ୟରେ ଏହି ଟିକାର ଫେଜ୍-୩ ଟ୍ରାଏଲ ଶେଷ ହୋଇଯିବ।

ଏହାପରେ ଏହି ଟିକାକୁ ବଜାରରେ ପ୍ରବେଶ ପାଇଁ ଅନୁମତି ମିଳିବ। ଜୁଲାଇ ସୁଦ୍ଧା ଭାରତ ସରକାର ୨୦୦ ମିଲିୟନରୁ ୨୫୦ ମିଲିୟନ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ଆଇସିଏମଆର କହିଥିଲା ଯେ କରୋନା ଟିକା ଫେବୃଆରୀ କିମ୍ବା ମାର୍ଚ୍ଚ ମାସ ସୁଦ୍ଧା ଭାରତରେ ଲଞ୍ଚ ହେବ। ତେବେ ଭାରତ ବାୟୋଟେକ୍‌ କହିଥିଲା ଯେ ମାର୍ଚ୍ଚ ଓ ଏପ୍ରିଲ ଭିତରେ କରୋନା ଟିକା ବଜାରକୁ ଆସିବ।

The post ୨ ମାସରେ ସରିବ ସ୍ୱଦେଶୀ କରୋନା ଟିକାର ପରୀକ୍ଷା appeared first on Odisha Reporter.



from Odisha Reporter https://ift.tt/3m22Fs0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages