ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ପରାଜୟ ପରେ ପୁଣିଥରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା କପିଲ ସିବଲ। ପରାଜୟ ପରେ କଂଗ୍ରେସ ଏବେ ତାର ବିରୋଧୀଙ୍କ ସମାଲୋଚନାର ଶିକାର ହେଉଥିଲା। ଏବେ ଦଳ ଭିତରୁ ମଧ୍ୟ ସମାଲୋଚନାର ଶିକାର ହୋଇଛି। ଯାହାର ପ୍ରମାଣ ଇଣ୍ଡିଆନ୍ ଏକ୍ସପ୍ରେସକୁ କପିଲ ସିବଲ ଦେଇଥିବା ସାକ୍ଷାତକାର।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା କପିଲ ସିବଲ ଏହି ସାକ୍ଷାତକାର ଜରିଆରେ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। କିଛି ଦିନ ପୂର୍ବରୁ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଆମୂଳଚୂଳ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଥିଲେ।
କପିଲ ସିବଲ କହିଛନ୍ତି ଯେ ବିହାର ପ୍ରଦର୍ଶନ ଏବଂ ବିଭିନ୍ନ ରାଜ୍ୟର ଉପ ନିର୍ବାଚନରେ ଏଯାବତ ପରାଜୟର କାରଣ କଣ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ଦିଆଯାଇନାହିଁ।
କେବଳ ବିହାରରେ ନୁହେଁ, ଦେଶର ଯେଉଁଠି ନିର୍ବାଚନ କିମ୍ୱା ଉପ-ନିର୍ବାଚନ ହେଉଛି ସେଠି କଂଗ୍ରେସକୁ ଆଉ ପ୍ରଭାବଶାଳୀ ବିକଳ୍ପ ଭାବେ ଲୋକମାନେ ଗ୍ରହଣ କରୁ ନାହାନ୍ତି। ଏହା ହିଁ ସତ୍ୟ।
ବିହାରରେ ବିକଳ୍ପ ଭାବରେ ଆରଜେଡି ଲୋକଙ୍କ ବିଶ୍ୱାସ ଜିତିଛି । ଗୁଜୁରାଟ, ମଧ୍ୟପ୍ରଦେଶ ଉପ ନିର୍ବାଚନରେ ହାରିଗଲୁ। ଲୋକସଭା ନିର୍ବାଚନରେ ମଧ୍ୟ ଆମେ ଗୁଜରାଟରେ ଗୋଟିଏ ବି ଆସନ ଜିତିନଥିଲୁ। ଉତ୍ତରପ୍ରଦେଶ ଉପ-ନିର୍ବାଚନରେ ବି କଂଗ୍ରେସର ସମାନ ଅବସ୍ଥା। ଆଶା କରୁଛି କଂଗ୍ରେସ ଆତ୍ମନିରୀକ୍ଷଣ କରିବ ବୋଲି ସେ କହିଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀରେ ତାଙ୍କର ଅନ୍ୟ ଜଣ ସହଯୋଗୀ ମଧ୍ୟ ସମାନ କଥା କହିଛନ୍ତି ବୋଲି କପିଲ ସିବଲ କହିଛନ୍ତି।
ସେ କଂଗ୍ରେସ ନେତୃତ୍ୱ ବାବଦରେ ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି, ଯାହା ମୁଁ କହୁଛି ଏହା ମୋର ନିଜ କଥା। କାରଣ ତାଙ୍କ କଥା ଶୀର୍ଷ ନେତୃତ୍ୱ ପାଖରେ ପହଞ୍ଚେ ବୋଲି ସେ ଜାଣି ନାହାନ୍ତି କି ଶୀର୍ଷ ନେତୃତ୍ୱରେ ହେଉଥିବା ନିଷ୍ପତ୍ତି ତାଙ୍କ କାନରେ କିଛି ନେତାଙ୍କ ଦ୍ୱାରା ପହଞ୍ଚେ ବୋଲି ସେ କହିଛନ୍ତି। ଯଦି କଂଗ୍ରେସ ୬ ବର୍ଷ ମଧ୍ୟରେ ଆତ୍ମସମୀକ୍ଷା କରିନଥିବ ତା’ହେଲେ କ’ଣ ବା ଅଧିକ ଆଶା କରାଯାଇପାରିବ ବୋଲି ସେ କହିଛନ୍ତି।
ସିବଲଙ୍କ ଯୁକ୍ତି ହେଉଛି ସିଡବ୍ଲ୍ୟୁସିକୁ ଏବେ କଂଗ୍ରେସ ନେତା ମନୋନୀତ ହେଉଛନ୍ତି। ହେଲେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନେତା ବଛାଯାଇ ସିଡବ୍ଲ୍ୟୁସିକୁ ଯିବା ଦରକାର। ଏମିତି ହେଲେ ନିର୍ବାଚନରେ କଂଗ୍ରେସ କାହିଁକି ଦୁର୍ବଳ ହୋଇଯାଉଛିର ଉତ୍ତର ନିର୍ବାଚିତ ସଦସ୍ୟ ଦେଇପାରିବେ। ଦଳର ପ୍ରଦର୍ଶନ ଖରାପ ହୋଇଆସୁଛି ଏହାକୁ ନେଇ କଂଗ୍ରେସ ନେତା ଚିନ୍ତିତ ବୋଲି ସେ କହିଛନ୍ତି।
The post କଂଗ୍ରେସକୁ ଲୋକେ ଏବେ ବିକଳ୍ପ ଭାବରେ ଦେଖୁ ନାହାନ୍ତି: କପିଲ ସିବଲ appeared first on Odisha Reporter.
from Odisha Reporter https://ift.tt/2IID9JA
No comments:
Post a Comment