ଆଗାମୀ ୨ ମାସ ପର୍ଯ୍ୟନ୍ତ ଅନ୍ଧାରରେ ବୁଡ଼ି ରହିବ ଏହି ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

ଆଗାମୀ ୨ ମାସ ପର୍ଯ୍ୟନ୍ତ ଅନ୍ଧାରରେ ବୁଡ଼ି ରହିବ ଏହି ସହର

ୱାଶିଂଟନ: ସୂର୍ଯ୍ୟଙ୍କୁ କୁହାଯାଏ ସକଳ ଶକ୍ତିର ଆଧାର। ସୂର୍ଯ୍ୟ ଉଇଁଲେ ଚଳଚଞ୍ଚଳ ହୋଇ ଉଠୁଥିବା ମଣିଷ, ସୂର୍ଯ୍ୟ ନଇଁଲେ ଘରକୁ ବାହୁଡ଼ି ଆସିଥାଏ। ହେଲେ ଯଦି ଆପଣଙ୍କ ସହରରେ ମାସାଧିକ କାଳ ସୂର୍ଯ୍ୟ ଉଇଁବେ ନାହିଁ, ତା’ ହେଲେ କିପରି ହେବ ଅବସ୍ଥା କେବେ ଭାବିଛନ୍ତି। ଏପରି ଏକ ସହର ହେଉଛି  ଯୁକ୍ତରାଷ୍ଟ୍ର ଆମେରିକାର ଅଲାସ୍କାସ୍ଥିତ ଉତକିଆଗାବିକ ସହର।

ଉତକିଆଗାବିକ ସହରବାସୀ ସୂର୍ଯ୍ୟଙ୍କୁ ଦେଖିବା ଭୁଲି ଗଲେଣି। ଏହି ସ୍ଥିତି ସେଠାରେ ଆହୁରି ୨ ମାସ ଲାଗି ରହିବ।  ଚତୁର୍ଦ୍ଦିଗ କେବଳ ଅନ୍ଧାର ହିଁ ଅନ୍ଧାର। ସୂର୍ଯ୍ୟ ଆଲୋକ ଦେଖିବାକୁ ବଞ୍ଚିତ ହେବେ ଏହି ସହରବାସୀ।

ସରକାରଙ୍କ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ ଆଗାମୀ ୬୫ ଦିନ ପର୍ଯ୍ୟନ୍ତ ଏହି ସହର ଅନ୍ଧକାରରେ ବୁଡ଼ି ରହିବ ବୋଲି କୁହାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଆସନ୍ତା ଜାନୁୟାରୀ ୨୩ ତାରିଖରେ ଏହି ସହରରେ ସୂର୍ଯ୍ୟ ଦେଖାଯିବ।

ପ୍ରାୟ ୪ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ସୂର୍ଯ୍ୟ କିରଣ ନ ପଡ଼ିବାରୁ ବହୁତ ଥଣ୍ଡା ଅନୁଭୁତ ହୋଇଥାଏ। ଏଠାରେ ତାପମାତ୍ରା ପ୍ରାୟ ସମୟରେ ୧୦ରୁ ୨୦ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ଏହି ୨ ମାସ ଏଠାରେ ତାପମାତ୍ରା ବିଯୁକ୍ତ ୫ ଡିଗ୍ରୀ ହେବ ବୋଲି ଜଣାଯାଇଛି।

କେବଳ ଯେ ଉତକିଆଗାବିକ ସହରରେ ଏପରି ସ୍ଥିତି ଦେଖାଦେଉଛି ତା’ ନୁହେଁ,  ଋଷ, ସ୍ୱିଡେନ, ଫିନଲ୍ୟାଣ୍ଡ, ଗ୍ରୀସ୍‌ ଓ କାନାଡାର କିଛି ସହରରେ ମଧ୍ୟ ଶୀତ ଦିନେ ଏହି ସ୍ଥିତି ଉପୁଜିଥାଏ।

The post ଆଗାମୀ ୨ ମାସ ପର୍ଯ୍ୟନ୍ତ ଅନ୍ଧାରରେ ବୁଡ଼ି ରହିବ ଏହି ସହର appeared first on Odisha Reporter.



from Odisha Reporter https://ift.tt/2Jm0lO4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages