ମଦୁଆ ମର୍ସିଡିଜ୍ ବେଞ୍ଜ୍ ଡ୍ରାଇଭର ପାଇଁ ଚାଲିଗଲା ସ୍ୱାମୀର ଜୀବନ, ସ୍ତ୍ରୀ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ମଦୁଆ ମର୍ସିଡିଜ୍ ବେଞ୍ଜ୍ ଡ୍ରାଇଭର ପାଇଁ ଚାଲିଗଲା ସ୍ୱାମୀର ଜୀବନ, ସ୍ତ୍ରୀ ଗୁରୁତର

ହାଇଦ୍ରାବାଦ: ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରୟାଲ ଏନଫିଲ୍ଡ ବାଇକରେ ଦମ୍ପତ୍ତି ଯାଉଥିବା ସମୟରେ ଏକ ମର୍ସିଡିଜ୍ ବେଞ୍ଜ୍ ଆସି ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବେ ଗୁରୁତର ରହିଛନ୍ତି। ଏଭଳି ଘଟଣା ଘଟିଛି ହାଇଦ୍ରାବାଦର ସାଇବର ଟାଓ୍ୱାର ନିକଟରେ। ଯାହାର ସିସିଟିଭି ଫୁଟେଜ୍ କଏଦ ହୋଇଛି।

ମୃତକଙ୍କ ନାମ ଗୌତମ ଦେବ ବୋଲି ଜଣାପଡ଼ିଛି। ସେ ସିକନ୍ଦରାବାଦର ଏକ କ୍ଲବର ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ। ଗାଡ଼ିରେ ଗୌତମ ଏବଂ ତାଙ୍କ ସ୍ତ୍ରୀ ଯାଉଥିବାବେଳେ ସାଇବର ଟାୱାର୍ ଟ୍ରାଫିକ୍ ଜଙ୍କସନ୍ ସିଗନାଲ ପାରି ହେଉଥିଲେ। ଏହି ସମୟରେ ତାଙ୍କ ବାମ ପାର୍ଶ୍ୱରେ ଆସୁଥିବା ଏକ ମର୍ସିଡିଜ୍ କାରଟି ଆସି ତାଙ୍କୁ ଧକ୍କା ଦେଇଥିଲା। ଏହାପରେ ଦମ୍ପତ୍ତି ରାସ୍ତା କଡ଼କୁ ଛିଟକି ହୋଇ ପଡ଼ିଥିଲେ। ମର୍ସିଡିଜ୍ କାର ଚଳାଉଥିବା ଚାଳକଙ୍କ ନାମ ମନଚାମ କାଶୀ ବିଶ୍ୱନାଥ ବୋଲି ଜଣା ପଡିଛି। କାରରେ ଚାଳକଙ୍କ ସହ ତାଙ୍କର କିଛି ସାଙ୍ଗ ମଧ୍ୟ ଥିଲେ। ସମସ୍ତେ ମଦ ପିଇଥିଲେ ବୋଲି ଜଣାପଡ଼ିଛି।

ମାଧପୁର ଥାନା ଅଧିକାରୀ ପି ରବିନ୍ଦର ପ୍ରସାଦ କହିଛନ୍ତି, ଗୌତମ ଦେବଙ୍କର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ ମେଡିକୋଭର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି କାର ଚଳାକ କାଶୀ ବିଶ୍ୱନାଥଙ୍କୁ ଗିରଫ କରାଯାଇଛି। ସେ ଓ ତାଙ୍କ ସାଙ୍ଗ କାର ଚଳାଇ ଡିନର ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏବେ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି।

The post ମଦୁଆ ମର୍ସିଡିଜ୍ ବେଞ୍ଜ୍ ଡ୍ରାଇଭର ପାଇଁ ଚାଲିଗଲା ସ୍ୱାମୀର ଜୀବନ, ସ୍ତ୍ରୀ ଗୁରୁତର appeared first on Odisha Reporter.



from Odisha Reporter https://ift.tt/36D8HbI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages