କୃଷ୍ଣପ୍ରସାଦ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ତିତିପ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ପାଉଁଶ ହୋଇଯାଇଛି। ଏହାସହ ୨ ଗାଈ ମଧ୍ୟ ବାହାରକୁ ବାହାରି ନପାରି ନିଆଁ ପ୍ରଭାବରେ ଜୀବନ୍ତ ଜଳି ପ୍ରାଣ ହରାଇଛନ୍ତି। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଅଗ୍ନିକାଣ୍ଡରେ ଘର ଭିତରେ ଥିବା ସମସ୍ତ ଆସବାପତ୍ର, ସୁନା ଗହଣା ଠାରୁ ଆରମ୍ଭ କରି ଧାନ ଚାଉଳ ପର୍ଯ୍ୟନ୍ତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଘରେ ଥିବା ବାଇକ୍ ଟାଙ୍କି ଫାଟି ଏପରି ହୋଇଥିବା ଅନୁମାନ କରାଯାଉଛି ।
The post ଭୟାବହ ଅଗ୍ନିକାଣ୍ଡ, ୨ ଗାଈ ଜୀବନ୍ତ ଦଗ୍ଧ appeared first on Odisha Reporter.
from Odisha Reporter https://ift.tt/3kuh920
No comments:
Post a Comment