ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ ଏବେ ତଳମୁହାଁ ଥିବା ବେଳେ କରୋନା କଟକଣାକୁ ମଧ୍ୟ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ଡିସେମ୍ବର ୩୧ ଯାଏଁ ଜାରି କରିଛନ୍ତି ନୂଆ ଗାଇଡଲାଇନ। ଏହି ଗାଇଡଲାଇନ୍ ଅନୁଯାୟୀ କେତେକ କ୍ଷେତ୍ରରେ ପୂର୍ବ କଟକଣାକୁ ବଳବତ୍ତର ରଖାଯାଇଥିବା ବେଳେ ସ୍କୁଲ, କଲେଜ କ୍ଷେତ୍ରରେ ଗଣଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ହିଁ ଚୂଡାନ୍ତ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଡିସେମ୍ବର ୩୧ ଯାଏ ଏହି ଗାଇଡଲାଇନ ବଳବତ୍ତର ରହିବ।
ଅପରପକ୍ଷେ କରୋନା କଟକଣା ହେତୁ ଦୀର୍ଘ ମାସ ହେଲା ସ୍କୁଲ, କଲେଜ ବନ୍ଦ ଥିବାରୁ ପିଲାଙ୍କ ପାଠପଢ଼ା ଏକପ୍ରକାର ଠପ୍ ହୋଇଗଲାଣି। ତେଣୁ ଏବେ ସ୍କୁଲ ଖୋଲିବା ନିଷ୍ପତ୍ତି ଗଣ ଶିକ୍ଷା ବିଭାଗ ନେବ ବୋଲି ନିଷ୍ପତ୍ତିରେ କୁହାଯାଇଛି।
କୋଭିଡ୍ ଗାଇଡଲାଇନ ଭିତରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇପାରେ ଗଣ ଶିକ୍ଷା ବିଭାଗ। କିନ୍ତୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି କରି ହିଁ ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି। ଡିସେମ୍ବର ଗାଇଡଲାଇନ ଅନୁସାରେ କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ, ଇଂଜିନିୟରିଂ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଉଚ୍ଚ ଶିକ୍ଷା ବିଭାଗ ନେବ।
ସ୍କୁଲ, କଲେଜ ଖୋଲି ଥିଲେ ବି ପରୀକ୍ଷା, ଖାତା ଦେଖା ଚାଲୁ ରହିବ। ଡିସେମ୍ବର ୩୧ ଯାଏ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ।
The post ଖୋଲିପାରେ ନବମରୁ ଦ୍ୱାଦଶ ଶ୍ରେଣୀ, ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ appeared first on Odisha Reporter.
from Odisha Reporter https://ift.tt/2Jevjbb
No comments:
Post a Comment