ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ-କୁଆରମୁଣ୍ଡା ରୋଡ୍ ପୁଟୁରିଖେମଣ ନିକଟରେ ଏକ ପରିବା ବୋଝେଇ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସମସ୍ତ ଆହତ ପରିବା ଦୋକାନୀ। ଏହି ଯାତ୍ରୀବାହୀ ପ୍ୟାସେଞ୍ଜର ଅଟୋରେ କ୍ଷମତାଠାରୁ ଅଧିକ ଲୋକ ବସିଥିବା ବେଳେ ବହୁ ପରିମାଣରେ ପନିପରିବା ମଧ୍ୟ ଲୋଡ୍ ହୋଇଥିଲା। ସେଥିପାଇଁ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଲା ବୋଲି କୁହାଯାଉଛି।
କୁଆରମୁଣ୍ଡା ପୁଲିସ୍ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି।
The post ଓଲଟି ପଡ଼ିଲା ଅଟୋ appeared first on Odisha Reporter.
from Odisha Reporter https://ift.tt/35u7xjz
No comments:
Post a Comment