ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ଦିଆଯାଉଥିବା ସୂଚନାରୁ ଏହା ଜଣାପଡ଼ିଛି। ବିଭାଗ ପକ୍ଷରୁ ଆଜି ମଧ୍ୟ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ରାଜ୍ୟରେ ଗତକାଲି (ନଭେମ୍ବର ୩୦) ୩୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୫୯ଟି ହେଉଛି ଲୋକାଲ୍ କେସ୍।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୩୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୭ ଜଣ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୩୪, ସୁନ୍ଦରଗଡ଼ରୁ ୩୨, କଟକରୁ ୨୪, ବଲାଙ୍ଗିରରୁ ୨୨, ଜଗତସିଂହପୁରରୁ ୧୮, ଝାରସୁଗୁଡ଼ାରୁ ୧୫, ସମ୍ବଲପୁରରୁ ୧୪, ବାଲେଶ୍ୱରରୁ ୧୪, ବରଗଡ଼ରୁ ୩, ଭଦ୍ରକରୁ ୭, ଢେଙ୍କନାଳରୁ ୫, ଗଞ୍ଜାମରୁ ୭, ଯାଜପୁରରୁ ୮, କଳାହାଣ୍ଡିରୁ ୮, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୧୫, କୋରାପୁଟରୁ ୪, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୪, ନୂଆପଡ଼ାରୁ ୨୧, ପୁରୀରୁ ୧୯ ଓ ଷ୍ଟେଟ୍ ପୁଲ୍ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେବଗଡ଼, ମାଲକାନଗିରି ଓ ସୋନପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଆଉ ୩୭୮ ଜଣ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୧୦୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩,୧୨,୦୬୫ ଜଣ ସୁସ୍ଥ ହୋଇଯାଇଥିବା ବେଳେ ୫୨୪୧ ଜଣ ଚିକିତ୍ସାଧୀନ ଅଛନ୍ତି।
The post ରାଜ୍ୟରେ ୪୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/3qj9hEy
No comments:
Post a Comment