ଅଭୟକାନ୍ତଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସ ଜେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 30, 2020

ଅଭୟକାନ୍ତଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସ ଜେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିଲା ଅତିରିକ୍ତ ପିସିସିଏଫ୍ ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଅଡୁଆ । ତାଙ୍କ ସମ୍ପତି ନେଇ  ଖୋଲତାଡ ଜାରି ରଖିଛି ଏସଆଇଟି । ଏହି ମାମଲାରେ ଆଜି ଅଭୟ କାନ୍ତଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସ ଜେରା କରିଛି । ଡ୍ରାଇଭରଙ୍କ ଘରୁ ମିଳିଥିବା ୨୦ ଲକ୍ଷ ଟଙ୍କା କାହାର? ସେ ନେଇ ଭିଜିଲାନ୍ସ ପଚରାଉଚରା କରୁଛି ।  ‍ଡ୍ରାଇଭରଙ୍କ ସମେତ କିଛି ବ୍ୟାଙ୍କ କର୍ମଚାରୀ ମଧ୍ୟ ଭିଜିଲାନ୍ସ ସେଲ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଅର୍ଥିକ କାରବାର ନେଇ ଏମାନଙ୍କୁ ଜେରା ଚାଲିଛି । ଏହି ମାମଲାରେ ପ୍ରାୟ ୫ଟି ବ୍ୟାଙ୍କ କର୍ମଚାରୀଙ୍କୁ ସମନ କରାଯାଇଥିଲା । ଅନ୍ୟପଟେ ଅଭୟଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ବାସଭବନରେ ରେଡ କରିବା ସହ ଅଭୟକାନ୍ତଙ୍କ ସଂପତ୍ତି ନେଇ ଯାଂଚ ଆରମ୍ଭ କରିଛି ।

ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଅଭୟ କାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଛି । ନିଜକୁ ଟାଟା ମୋଟର୍ସର ଏମ୍‌ଡି ରୂପେ ପରିଚୟ ଦେଇ ଆକାଶ ପାଠକ ଗଂଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ ଏହାର ତଦନ୍ତ ଜାରି ରଖିଛନ୍ତି । ଯେଉଁ ଯୁବକ ଯୁବତୀ ଠକେଇର ଶିକାର ହୋଇଛନ୍ତି, ସେମାନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଭେଟିବା ସହ  ତଥ୍ୟ ସଂଗ୍ରହ କରିଛି।

ଅପରପକ୍ଷେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱରର ୫ଟି ଏବଂ ମୁମ୍ବାଇ ଓ ପୁଣେର ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଏହିଭଳି ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା । ଅଭୟକାନ୍ତଙ୍କ ସମ୍ପତ୍ତି,ଗୋଟିଏ ପରେ ଗୋଟିଏ ଦାମୀ ଗାଡ଼ି, ଆଲିସାନ୍ ଫ୍ଲାଟ୍ ଆଉ ଫାର୍ମ ହାଉସ୍ ସଂପର୍କୀୟ ଓ ଡ୍ରାଇଭରଙ୍କ ନାଁରେ ବି ଠୁଳ ହୋଇଥିବା ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ମଧ୍ୟ ତାଜୁବ ହୋଇଯାଇଥିଲେ।

ଭିଜିଲାନ୍ସ ଚଢ଼ାଉରୁ ଏପରି ଅମାପ ସଂପତ୍ତିର ପତ୍ତା ମିଳିବା ପରେ ବଢ଼ିଛି ଅଭୟକାନ୍ତ ପାଠକଙ୍କ ଅଡ଼ୁଆ ।   କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସେ ଛନ୍ଦି ହୋଇ ପଡ଼ିଛନ୍ତି। କ୍ରାଇମବ୍ରାଂଚ ଏବଂ ଭିଜିଲାନ୍ସ ମିଳିତ ଭାବେ ଏହି ମାମଲାର ତଦନ୍ତ ଜାରି ରଖିଛନ୍ତି ।

The post ଅଭୟକାନ୍ତଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସ ଜେରା appeared first on Odisha Reporter.



from Odisha Reporter https://ift.tt/3fUjdja

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages