ରିପବ୍ଲିକ୍ ଟିଭିର ଆଉ ଜଣେ ବଡ଼ ଅଧିକାରୀ ଗିରଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ରିପବ୍ଲିକ୍ ଟିଭିର ଆଉ ଜଣେ ବଡ଼ ଅଧିକାରୀ ଗିରଫ୍

ମୁମ୍ୱାଇ: ରିପବ୍ଲିକ୍ ଟିଭି ଏବଂ ମୁମ୍ୱାଇ ପୁଲିସ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ 2018 ମସିହା ଅନଭୟ ନାୟକ ଆତ୍ମହତ୍ୟା ମାମଲାରେ ଜେଲରେ ଥିବା ବେଳେ ଆଜି ସକାଳେ କମ୍ପାନୀର ଆଉ ଜଣେ ବଡ଼ ଅଧିକାରୀଙ୍କୁ ପୁଲିସ ଉଠାଇ ନେଇ ଗିରଫ୍ କରିଛି। ଟିଆରପି ମାମଲାରେ ରିପବ୍ଲିକ୍ ଟିଭିର ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୁଲିସ୍ ଗିରଫ କରିଛି। ପୁଲିସ ଏବେ ତାଙ୍କୁ କୋର୍ଟରେ ହାଜର କରିଛି। ତେବେ କୋର୍ଟରେ ହାଜର କରିବା ବେଳେ ଘନଶ୍ୟାମଙ୍କ ମୁଣ୍ଡକୁ କଳା କପଡାରେ ଘୋଡ଼ାଇଛି ପୁଲିସ। ଯାହାକୁ ନେଇ ଆପତ୍ତି ଉଠାଇଛି ସଂପୃକ୍ତ ଚ୍ୟାନେଲ। ସାଧାରଣତଃ ଆତଙ୍କବାଦୀଙ୍କ କ୍ଷେତ୍ରରେ ଏଭଳି କଳା କପଡା ଲଗାଯାଏ।

ସବୁଠୁ ବଡ଼ କଥା ହେଲା ମୁମ୍ୱାଇ ପୁଲିସ କମିଶନର ଅକ୍ଟୋବର 8 ତାରିଖରେ ରିପବ୍ଲିକ ଟିଭି ଟିଆରପି ଚୋରୀ ମାମଲାରେ ସାମିଲ୍ ଅଛି ବୋଲି କହିଥିଲେ। ଏହାପରେ ରିପବ୍ଲିକ୍ ଟିଭିର ଅନେକ କର୍ମଚାରୀଙ୍କୁ ପୁଲିସ୍ ପଚରାଉଚରା କରିଥିଲା। ଆଜି ପ୍ରଥମ ଥର ପାଇଁ ଏହି ମାମଲାରେ ରିପବ୍ଲିକ ଟିଭିର ଜଣଙ୍କୁ ଗିରଫ କରିଛି।

ସୁଶାନ୍ତ ସିଂ ରାଜପୁତ, ଦିଶା ମୃତ୍ୟୁ, କଙ୍ଗନାଙ୍କ ଅଫିସ ଭାଙ୍ଗିବା ମାମଲା ଓ ପାଲଘରରେ ସାଧୁଙ୍କୁ ହତ୍ୟା ମମଲାରେ ରିପବ୍ଲିକ ଟିଭି ମୁମ୍ୱାଇ ପୁଲିସକୁ ଟାର୍ଗେଟ୍ କରିଥିଲା। ଏହାର ପରିଣାମ ସ୍ୱରୂପ ମୁମ୍ୱାଇ ପୁଲିସ ମିଛି ମାମଲା ଲଦି ରିପବ୍ଲିକ ଟିଭିକୁ ହଇରାଣ କରିବାକୁ ଚେଷ୍ଟା କରୁଛି ବୋଲି ରିପବ୍ଲିକ୍ ଟିଭି କହିଛି। ହଂସା ରିପୋର୍ଟରେ ଇଣ୍ଡିଆ ଟୁଡେ ନାଁ ରହିଛି। ହେଲେ ପୁଲିସ ସେମାନଙ୍କୁ ପଚରାଉଚରା ନକରି ବାରମ୍ୱାର ରିପବ୍ଲିକ ଟିଭିକୁ ଟାର୍ଗେଟ୍ କରୁଛି ବୋଲି ସଂପୃକ୍ତ ଚ୍ୟାନେଲ ବିବୃତ୍ତି ଜାରି କରି କହିଛି।

The post ରିପବ୍ଲିକ୍ ଟିଭିର ଆଉ ଜଣେ ବଡ଼ ଅଧିକାରୀ ଗିରଫ୍ appeared first on Odisha Reporter.



from Odisha Reporter https://ift.tt/2IhXtRE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages